30.1 C
Bhubaneswar
Monday, May 20, 2024
Homeଅପରାଧଇନ୍‌ଷ୍ଟାଗ୍ରାମରେ ନାବାଳିକାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରି ଯୁବକ ଗିରଫ

ଇନ୍‌ଷ୍ଟାଗ୍ରାମରେ ନାବାଳିକାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରି ଯୁବକ ଗିରଫ

କଟକ: ଜଣେ ନାବାଳିକାଙ୍କ ଅଶ୍ଲିଳ ଫଟୋ ପୋଷ୍ଟ କରିବା ଏବଂ ତାଙ୍କୁ ବାରମ୍ବାର ଫୋନ କରି ହଇରାଣ ହରକତ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ସାଇବର ଥାନା ପୁଲିସ ଗିରଫ କରିଛି । ଗିରଫ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଖରୁଣିର ଦିନେଶ କୁମାର ସେଠୀ ଓରଫ କ୍ରିଷ୍ଣା ଦାସ ଓରଫ ବାବୁ(୨୪) ।

ତାଠାରୁ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ କଟକ ବିଡାନାସୀ ବାଉରିସାହି ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକାଙ୍କ ଇନ୍‌ଷ୍ଟାଗ୍ରାମରେ ସମ୍ପର୍କ ସ୍ଥାପନ କରି ତାଙ୍କ ଫୋନ୍ ନମ୍ବର ସଂଗ୍ରହ କରିବା ସହ କିଛି ଫଟ ସଂଗ୍ରହ କରିଥିଲା ଦିନେଶ । ନାବଳିକାଙ୍କ ଫୋନକୁ ବାରମ୍ବାର ଫୋନ୍ କରିବା ସହ ତାଙ୍କ ଫଟକୁ ଏଡିଟରେ ଅଶ୍ଳିଳ କରି ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲା । ତେବେ ଏନେଇ ନାବାଳିକାଙ୍କ ଭଉଣୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଦିନେଶ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଉର୍ଦ୍ଧ୍ୱ ଯୁବତୀଙ୍କୁ ତା ଜାଲରେ ଫସାଇ ଏଭଳି ହଇରାଣ କରିବା ସହିତ ନିଜ ଇନ୍‌ଷ୍ଟାର ଭିୟୁର ବୃଦ୍ଧି କରୁଥିଲା ବୋଲି ପୁଲିସ କହିଛି । ଆଜି ତାକୁ କୋର୍ଟ ଚାଲଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking