31.1 C
Bhubaneswar
Sunday, May 19, 2024
Homeଓଡିଶାସ୍ତ୍ରୀଙ୍କୁ ମାଡ ମାରି ସ୍ୱାମି ଗିରଫ

ସ୍ତ୍ରୀଙ୍କୁ ମାଡ ମାରି ସ୍ୱାମି ଗିରଫ

ଭୁବନେଶ୍ୱର: ନିଜ ବିବାହିତା ସ୍ତ୍ରୀଙ୍କୁ ଯୌତୁକ ଦାବି କାରି ବାରମ୍ବାର ଆକ୍ରମଣ କରିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ନୟାଗଡ ଜିଲ୍ଲା ସରଙ୍କୁଲ ଥାନା ଅଞ୍ଚଳର ସିଦ୍ଧାର୍ଥ ନାୟକ(୨୦) । ସୂଚନାଯୋଗ୍ୟଯେ, ଗତ ୨୦୨୧ ମସିହାରେ ଅଭିଯୋଗକାରିଣୀଙ୍କର ଗିରଫ ସିଦ୍ଧାର୍ଥଙ୍କ ସହିତ ବିବାହ ହୋଇଥିଲା ଓ ବିବାହ ପରେ ସେମାନେ ବାଣୀବିହାର ଅଞ୍ଚଳରେ ରହୁଥିଲେ । ଇତି ମଧ୍ୟରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା । ହେଲେ ବିବାହ କିଛି ଦିନ ପରେ ଅଭିଯୁକ୍ତ ଜଣକ ଯୌତୁକ ଦାବି କରି ଅଭିଯୋଗକାରିଣୀଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦେବା ସହ ଅନେକ ସମୟରେ ଆକ୍ରମଣ ମଧ୍ୟ କରୁଥିଲେ । ଗତ ମାସ ୨୩ ତାରିଖରେ କୌଣସି କାରଣ ନଥାଇ ଗୋଟିଏ ଝାଡୁରେ ଆକ୍ରମଣ କରିଥିବରୁ ସେ ଆହତ ହୋଇଥିଲେ । ପୁନର୍ବାର ଅଭିଯୁକ୍ତ ଜଣକ ଗତ ୬ ତାରିଖରେ ଅଭିଯୁକ୍ତ ଓ ତାଙ୍କର ପରିବାର ବର୍ଗ ଅଭିଯୋଗକାରିଣୀଙ୍କୁ ଧମକ ଦେଇଥିଲେ । ଅଭିଯୋଗକାରୀଙ୍କ ମା ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ଦୁର୍ବ୍ୟବହାର ପଦର୍ଶନ କରିଥିଲେ । ଏହି ମାମଲାର ତଦନ୍ତ କରି ମହିଳା ଥାନା ପୁଲିସ ଆଜି ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking