30.1 C
Bhubaneswar
Monday, May 20, 2024
Homeଓଡିଶାପତ୍ନୀ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

କଟକ: ପତ୍ନୀକୁ ହତ୍ୟା କରିବା ମାମଲାରେ ଜିଲା ସେସନ୍ସ ଅଦାଲତ ଅଭିଯୁକ୍ତ ସ୍ୱମୀକୁ ଦୋଷୀ ସାବ୍ୟସ୍ତ କରିତବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆସାମୀ ଜଣକ ହେଉଛି କାଠଯୋଡି ବସ୍ତିର ଗୋବିନ୍ଦ ଓରଫ କବଳ ମୁଣ୍ଡା । ଏଥିସହ ଗୋବିନ୍ଦକୁ ଅଦାଲତ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି । କାଠଯୋଡ଼ି ବସ୍ତିର ଗୋବିନ୍ଦ ୧୬ବର୍ଷ ପୁର୍ବେ ସାବିତ୍ରୀ ମୁଣ୍ଡାକୁ ବିବାହ କରିଥିଲା । ସେମାନଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଥିଲେ । ଗୋବିନ୍ଦ ସବୁଦିନ ମଦ ପିଇ ଘରକୁ ଆସୁଥିବାରୁ ପାରିବାରିକ କଳହ ଲାଗି ରହୁଥିଲା । ଆର୍ଥିକ ସମସ୍ୟା କାରଣରୁ ସାବିତ୍ରୀ ଜଣଙ୍କ ଘରେ ଚାକରାଣି ଭାବେ ରହି କାମ କରୁଥିଲା । ତେବେ ୨୦୨୧ ଜୁନ ୬ରେ ଗୋବିନ୍ଦ ଘରୁ ୭ହଜାର ଟଙ୍କା ଓ ସୁନା କାନଫୁଲ ଚୋରି ହୋଇଥିବା ଜାଣିବାକୁ ପାଇଥିଲା । ଏହାକୁ କେନ୍ଦ୍ରକରି ସନ୍ଧ୍ୟା ସମୟରେ ଗୋବିନ୍ଦ ସ୍ଥାନୀୟ ରାସ୍ତାରେ ସାବତ୍ରୀକୁ ଗାଳିଗୁଲଜ କରିଥିଲା । ଏପରିକି ଉତ୍‌କ୍ଷିପ୍ତ ହୋଇ ଏକ ଲୁହା ରଡ୍‌ରେ ସାବତ୍ରୀରୁ ମୁଣ୍ଡ,ଗୋଡ ପିଟି ଦେଇଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତଶ୍ରାବ ହେବାରୁ ସାବିତ୍ରୀ ସେଠାରେ ଅଚେତ ହୋଇପଡିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ସୂଚନା ଦେବା ସହ ଆମ୍ବୁଲାନ୍ସ ସହାୟତାରେ ସାବିତ୍ରୀକୁ ଏସ୍‌ସିବି ମେଡିକାଲକୁ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସାବିତ୍ରୀର ମୃତ୍ୟୁ ଘଟିଥିଲା । ଏ ସଂକ୍ରାନ୍ତରେ ସାବିତ୍ରୀଙ୍କ ସମ୍ପର୍କିୟ ସାରଥି କିସ୍କୋ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରିଥିଲା । ଏହି ମାମଲାର ବିଚାର ଜିଲା ସେସନ୍ସ ଅଦାଲତରେ ହୋଇଥିଲା । ସେସନ୍ସ ଜଜ୍ ସଞ୍ଜୟ ରଞ୍ଜନ ବହିଦାର ୧୬ଜଣ ସାକ୍ଷୀକୁ ଆଧାର କରି ଅଭିଯୁକ୍ତଙ୍କ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର କ୍ଷେତ୍ରମୋହନ ବେହେରା ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking