31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶକୁଲଗାମ୍‌ରେ ଏନ୍‌କାଉଣ୍ଟର; ଏଲ୍‌ଇଟି କମାଣ୍ଡର ସମେତ ୩ ଆତଙ୍କୀ ନିହତ

କୁଲଗାମ୍‌ରେ ଏନ୍‌କାଉଣ୍ଟର; ଏଲ୍‌ଇଟି କମାଣ୍ଡର ସମେତ ୩ ଆତଙ୍କୀ ନିହତ

ଶ୍ରୀନଗର: ମଙ୍ଗଳବାର ଜମ୍ମୁ କାଶ୍ମୀରର କୁଲଗାମ୍ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଏବଂ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ସୋମବାର ବିଳମ୍ବିତ ରାତିରେ କୁଲଗାମର ରେଡୱାନି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ମାତ୍ରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲା । ତେବେ ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାବାହିନୀଙ୍କ ଉପରେ ପ୍ରଥମେ ଆକ୍ରମଣ କରିଥିଲେ । ଜବାବରେ ସୁରକ୍ଷାବାହିନୀକୁ ମଧ୍ୟ ପାଲଟା ଆକ୍ରମଣ କରିବାକୁ ପଡିଥିଲା । ଉଭୟ ପକ୍ଷରୁ ଗୁଳିବିନିମୟ ମଙ୍ଗଳବାର ସକାଳ ସମୟ ପର୍ଯ୍ୟନ୍ତ ଜାରି ରହିଥିଲା । ଏଥିରେ ୩ ଆତଙ୍କୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହି ୩ ଆତଙ୍କୀଙ୍କୁ ଚିହ୍ନଟ କରାଯାଇସାରିଛି । ଜଣକର ନାମ ବାସିତ୍ ଅହମ୍ମଦ ଡାର୍ ବୋଲି ଜଣାପଡିଛି । ପ୍ରକାଶ, ବାସିତ ଅହମ୍ମଦ ଡାର, ଲସ୍କର-ଇ-ତୋଏବାର ଜଣେ ଆତଙ୍କୀ କମାଣ୍ଡର ଭାବେ ଜଣାଶୁଣା । ସେ ଏହି ଅଞ୍ଚଳରେ ଏକାଧିକ ଆତଙ୍କୀ କାର୍ଯ୍ୟକଳାପ ସହ ଜଡିତ ଥିବା ସୀମା ସୁରକ୍ଷା ବଳ ସୂତ୍ରରୁ ଜଣାପଡିଛି । ସୁତରାଂ ନିହତ ସମସ୍ତ ୩ ଆତଙ୍କବାଦୀ ଲସ୍କର-ଏ-ତୋଇବା (ଏଲ୍‌ଇଟି)ର ସଦସ୍ୟ ବୋଲି ଅନୁମାନ କରାଯାଉଛି । ମୃତ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ପାକ୍ ନିର୍ମିତ ଗ୍ରେନେଡ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତ ମାସ ୨୮ତାରିଖରେ ଆତଙ୍କବାଦୀମାନେ ଜଣେ ଭିଲେଜ ଡିଫେନ୍ସ ଗାର୍ଡ (ଭିଡିଜି)ଙ୍କୁ ହତ୍ୟା କରିବା ଘଟଣା ପର ଠାରୁ ଏହି ଅଞ୍ଚଳରେ ସୁରକ୍ଷାବାହିନୀ ସଚ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking