35.1 C
Bhubaneswar
Wednesday, May 8, 2024
Homeଆଇପିଏଲ୍‌-୨୦୨୪ଆଇପିଏଲ୍‌-୨୦୨୪ : ଆଇପିଏଲ୍ ପାଇଁ ପନ୍ତ୍ ଫିଟ୍‌ ; ବିସିସିଆଇ

ଆଇପିଏଲ୍‌-୨୦୨୪ : ଆଇପିଏଲ୍ ପାଇଁ ପନ୍ତ୍ ଫିଟ୍‌ ; ବିସିସିଆଇ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସର ଋଷଭ ପନ୍ତ୍ ଫିଟ୍‌ନେସ୍ ଟେଷ୍ଟ ପାସ୍ କରିଛନ୍ତି । ବିସିସିଆଇ ତାଙ୍କୁ ଫିଟ୍ ଘୋଷିତ କରିଛି । ସେହିପି ଗୁଜରାଟ ଟାଇଟାନ୍ସ ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀ ଓ ରାଜସ୍ଥାନ ରୟାଲ୍ ପେସର୍ ପ୍ରସିଦ୍ଧ କ୍ରିଷ୍ଣା ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଥିବା ବିସିସିଆଇ କହିଛି । ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ଖେଳିପାରିବେ ନାହିଁ । ସର୍ଜରୀ କରାଇବାରେ ପରେ ଏବେ ସୁଦ୍ଧା ସେ ପୂରା ସୁସ୍ଥ ହୋଇନାହାନ୍ତି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ ୨୦୨୪କୁ ନେଇ ଋଷଭ ପନ୍ତ୍‌, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ଶମୀଙ୍କ ଆଘାତ ସମ୍ପର୍କରେ ଅପ୍‌ଡେଟ୍ ଦେବା ବେଳେ ଏହି ସୂଚନା ଦେଇଛି । ବୋର୍ଡ କହିଛି, ୧୪ ମାସର ଦୀର୍ଘ ରିହାବ୍ ଏବଂ ରିକଭରି ପ୍ରକ୍ରିୟା ପରେ ଋଷଭ ପନ୍ତ୍ ଏବେ ୱିକେଟ୍‌କିପିଂ ଓ ବ୍ୟାଟିଂ ପାଇଁ ଫିଟ୍ ଅଛନ୍ତି । ସେ ଆଇପିଏଲ୍ ୨୦୨୪ରେ ଅଂଶଗ୍ରହଣ କରିପାରନ୍ତି । ବୋର୍ଡ କହିଛି, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ଶମୀ ଏବେ ରିକଭରି କରୁଛନ୍ତି । ଉଭୟ ଖେଳାଳି ଆଇପିଏଲ୍‌ରେ ଭାଗ ନେଇପାରିବେ ନାହିଁ । ପ୍ରସିଦ୍ଧ ଫେବୃଆରୀ ୨୩ରେ ସର୍ଜରୀ କରାଇଛନ୍ତି । ସେହିପରି ଶମୀ ମଧ୍ୟ ଫେବୃଆରୀ ଶେଷ ସପ୍ତାହରେ ସର୍ଜରୀ କରାଇଛନ୍ତି । ଦୁହେଁ ଫିଟ୍ ହେବା ପାଇଁ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଲାଗିପାରେ । ସୂର୍ଯ୍ୟକୁମାର ଯାଦବ ଶେଷଥର ପାଇଁ ୨୦୨୩ ଡିସେମ୍ବରରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ । ସାଉଥ୍ ଆଫ୍ରିକା ବିପକ୍ଷ ଟି-୨୦ରେ ସେ ଟିମ୍ ଇଣ୍ଡିଆର କ୍ୟାପ୍‌ଟେନ୍ ଥିଲେ । ଏହି ଅବସରରେ ଫିଲ୍ଡିଂ ବେଳେ ବଲ୍ ରୋକିବାକୁ ଯାଇ ଆହତ ହୋଇଥିଲେ । ତାଙ୍କ ପାଦରେ ଆଘାତ ଲାଗିଥିଲା ଏବଂ ଚିକିତ୍ସା ପାଇଁ ଭାରତ ଫେରିଥିଲେ । ସେ ହାର୍ନିଆ ସର୍ଜରୀ କରାଇବା ପରେ ଏନ୍‌ସିଏରେ ରିହାବ୍ ଆରମ୍ଭ କରିଥିଲେ । ସେ କେବେ ଫିଟ୍ ହେବା ଏନ୍‌ସିଏ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ତେବେ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂର୍ଯ୍ୟକୁମାର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ଖେଳିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking