30.1 C
Bhubaneswar
Thursday, May 9, 2024
Homeହୋଲି/ ଦୋଳ ପୂର୍ଣ୍ଣିମାକଣ ରହିଛି ହିନ୍ଦୁ ଧର୍ମରେ ହୋଲିର ମହତ୍ତ୍ୱ ଜାଣନ୍ତୁ ...

କଣ ରହିଛି ହିନ୍ଦୁ ଧର୍ମରେ ହୋଲିର ମହତ୍ତ୍ୱ ଜାଣନ୍ତୁ …

ଭୁବନେଶ୍ୱର : ଆଜି ହୋଲି । ରଙ୍ଗର ପର୍ବ ହୋଲିକୁ ନେଇ ସବୁଆଡ ଉତ୍ସବ ମୁଖର । ଛୋଟଠୁ ବଡ ସମସ୍ତେ ରଙ୍ଗର ଉତ୍ସବକୁ ପାଳନ କରୁଛନ୍ତି । ଏହି ହୋଲି ରଙ୍ଗ ଏକ ସାଧାରଣ ରଙ୍ଗ ନୁହେଁ ବରଂ ପରସ୍ପରକୁ ସ୍ନେହ ଡୋରରେ ବାନ୍ଧିବାର ଏହା ପ୍ରତୀକ ଅଟେ । ତେଣୁ ଘରେ ଘରେ ଚାଲିଛି ସେଲିବ୍ରେସନ ମାହୋଲ । ଛୋଟଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ ।
ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଖୁବ ଧୁମଧାମରେ ହୋଲି ପାଳନ କରାଯାଇଥାଏ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଦୋଳ ପୂର୍ଣ୍ଣିମା ଏକ ଲୋକପ୍ରିୟ ପର୍ବ। ଏହି ପର୍ବରେ ପ୍ରଭୁ ଜଗନ୍ନାଥଙ୍କୁ ଦୋଳଗୋବିନ୍ଦଙ୍କ ନାମରେ ପୂଜା କରାଯାଏ। ଏହି ପର୍ବରେ ରାଧାକୃଷ୍ଣଙ୍କୁ ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେଠାରେ ଝୁଲଣ ଉପରେ ଠାକୁରଙ୍କୁ ରଖି ପୂଜା କରାଯିବା ସହ ତାଙ୍କୁ ଅବିର ରଙ୍ଗ ଲଗାଯାଇ ଝୁଲଣରେ ଝୁଲା ଯାଇଥାଏ । ସାଧାରଣତଃ ଏହି ଯାତ୍ରା ୫ଦିନ ଧରି ଚାଲିଥାଏ । ତେବେ କେତେକ ସ୍ଥାନରେ ଏହା ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ଚାଲିଥାଏ ତ କେଉଁ କେଉଁ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇଥାଏ । ଦୋଳ ପୂଣ୍ଣିମାର ଠିକ ପର ଦିନ ହୋଲି ପର୍ବ ପାଳନ ହୋଇଥାଏ । ହୋଲି ପର୍ବ ମୁଖ୍ୟତ ରଙ୍ଗର ପର୍ବ ଏବଂ ହିନ୍ଦୁ ଧର୍ମରେ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ଭାରତରେ ହୋଲି ଦୁଇ ଦିନ ପାଇଁ ପାଳନ କରାଯାଏ, ଯେଉଁଥିରେ ହୋଲିକା ଦାହାନ୍ ପ୍ରଥମ ଦିନରେ ପାଳନ କରାଯାଏ ଯାହା ଛୋଟି ହୋଲି ଭାବରେ ମଧ୍ୟ ଜଣାଶୁଣା ଏବଂ ଦ୍ୱିତୀୟ ଦିନରେ ରଙ୍ଗର ପର୍ବ, ଯେଉଁଥିରେ ଲୋକମାନେ ଏକତ୍ର ହୋଇ ରଙ୍ଗ ଖେଳନ୍ତି ଏବଂ ଏହିଦିନର ଆନନ୍ଦ ଲାଭ କରନ୍ତି। ବହୁ ପୂର୍ବରୁ ହୋଲି କେବଳ ହିନ୍ଦୁ ଧର୍ମର ଏକ ପର୍ବ ଥିଲା କିନ୍ତୁ ବର୍ତ୍ତମାନ ଏହା ସମଗ୍ର ବିଶ୍ୱରେ ଏକ ପର୍ବ ପରି ପାଳନ କରାଯାଏ। ଏପରି ଅନେକ କାହାଣୀ ଅଛି ଯାହା ହୋଲିର ଉତ୍ପତ୍ତି ବିଷୟରେ ପୂର୍ବାନୁମାନ କରେ ଏବଂ ପୁରାଣଗୁଡ଼ିକ କାହାଣୀକୁ ବର୍ଣ୍ଣନା କରେ ଯାହା ମାନବଜାତିକୁ ଅଧିକ ରଙ୍ଗୀନ କରିବା ବିଷୟରେ କହିଥାଏ। ଭାରତର ଅନ୍ୟତମ ପ୍ରାଚୀନ ପର୍ବ ମଧ୍ୟରୁ ହୋଲି ଏକ ଉତ୍ସାହ ପର୍ବ ଭାବେ ଜଣାଶୁଣା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking