33.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଛୁଟି ପାଇଁ ୨୮ କ୍ରିଉ ମେମ୍ବରଙ୍କୁ ଛଟେଇ 

ଛୁଟି ପାଇଁ ୨୮ କ୍ରିଉ ମେମ୍ବରଙ୍କୁ ଛଟେଇ 

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ କ୍ରୁ ସଦସ୍ୟ ସଦସ୍ୟଙ୍କ ସେବାକୁ ତୁରନ୍ତ ବନ୍ଦ କରିଦେଇଛି କମ୍ପାନି। ପୂର୍ବରୁ ନଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ ପଡ଼ିଥିଲା। ଯାହାଫଳରେ ୧୫ ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ। ବିମାନ ସେବା ପକ୍ଷରୁ ଇମେଲ ବିବୃତିରେ କୁହାଯାଇଛି କି ‘‘କୌଣସି ଯଥାର୍ଥ କାରଣ ନଥାଇ ଏପରି ଅଚାନକ ସମୂହ ଛୁଟିରେ ଯିବା ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀଙ୍କ ନିୟମକୁ ଉଲ୍ଲଂଘନ କରିଛି।
ବିବୃତ୍ତିରେ କୁହାଯାଇଛି ଯେ କ୍ରୁ ସଦସ୍ୟମାନେ ମଙ୍ଗଳବାର ବିମାନ ଉଡ଼ାଣ ପାଇଁ ରୋଷ୍ଟର ହୋଇଥିଲେ। “ତଥାପି, ଆପଣ ଶେଷ ମୁହୂର୍ତ୍ତରେ ସିଡ୍ୟୁନିଂ ଦଳକୁ ସୂଚନା ଦେଇଛନ୍ତି ଯେ ଆପଣ ଅସୁସ୍ଥ ଅଛନ୍ତି ଏବଂ ସେହି ଅନୁଯାୟୀ ଅସୁସ୍ଥ ଥିବା ଜଣାଯାଇଛି।” ଉଡ଼ାଣ ପାଇଁ କ୍ରୁମାନଙ୍କ ନାମ ତାଲିକାଭୁକ୍ତ ହୋଇ ସାରିଥିବା ବେଳେ ଶେଷ ମୁହୂର୍ତ୍ତରେ ଏପରି ଗଣ ଛୁଟିରେ ଯିବା କାରଣରୁ କମ୍ପାନି ଏପରି ପଦକ୍ଷେପ ନେଇଛି।  ‘‘ଆପଣ ଆଉ କର୍ମଚାରୀ ଭବେ ବିବେଚିତ ହେବେ ନାହିଁ। ଅଫିସିଆଲ୍‌ ମେଲ୍‌, ସର୍ଭର ଏବଂ ଅନ୍ୟାନ୍ୟ ଯୋଗାଯୋଗକୁ ଆଉ ଆପଣ ଆଜିଠାରୁ ବ୍ୟବହାର କରିପାରିବେ ନାହିଁ’’ ବୋଲି ମେଲ୍‌ରେ କର୍ମଚାରୀମାନଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ବିମାନ ବିଳମ୍ବ ଏବଂ ବାତିଲ ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ବିମାନ ସେବା ପକ୍ଷରୁ ବିସ୍ତୃତ ରିପୋର୍ଟ ମାଗିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଶୀଘ୍ର ପଦକ୍ଷେପ ନେବାକୁ କହିଛି। ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବିମାନଗୁଡ଼ିକ ବାତିଲ ହୋଇଥିଲା। ଯାତ୍ରୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନ ଥିବାରୁ କିଛି ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

ଉଲ୍ଲେଖଯୋଗ୍ୟ, ବିମାନବନ୍ଦର ବରିଷ୍ଠ କ୍ରୁ ସଦସ୍ୟମାନେ “ଗଣ ଅସୁସ୍ଥତା ଛୁଟି”ରେ ଯିବା ପରେ ବିବିନ୍ନ ବିମାନ ବାତିଲ ହୋଇଥିଲା। ଗତକାଲି ଏକ ବିବୃତ୍ତିରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର କହିଥିଲେ, “ଆମର କ୍ୟାବିନ କ୍ରୁଙ୍କର ଏକ ବିଭାଗ ଗତ ରାତିର ଶେଷ ମୁହୂର୍ତ୍ତରେ ଅଚାନକ ଅସୁସ୍ଥ ଥିବା ରିପୋର୍ଟ ମିଳିଛି, ଯାହାଫଳରେ ବିମାନ ଚଳାଚଳକୁ ବିଳମ୍ବ ଏବଂ ବାତିଲ କରାଯାଇଛି।’’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking