29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୯ ଟା ସୁଦ୍ଧା ଦେଶରେ ୧୦.୨୮ ପ୍ରତିଶତ ମତଦାନ

୯ ଟା ସୁଦ୍ଧା ଦେଶରେ ୧୦.୨୮ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୮ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ ଲୋକସଭା ଆସନରେ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନେ ଲାଇନରେ ରହି ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରୁଛନ୍ତି।

ପୂର୍ବାହ୍ନ ୯ ଟା ସୁଦ୍ଧା ଦେଶରେ ୧୦.୨୮ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ, ମହାରାଷ୍ଟ୍ରରେ ସର୍ବନିମ୍ନ ମତଦାନ ହୋଇଛି। ବିହାରରେ ୮.୮୬ ପ୍ରତିଶତ ମତଦାନ ହୋଇଥିବାବେଳେ ଜମ୍ମୁ-କଶ୍ମୀରରେ ୭.୬୩ ପ୍ରତିଶତ, ଝାଡଖଣ୍ଡରେ ୧୧.୫୮ ପ୍ରତିଶତ ମତଦାନ ହୋଇଛି। ସେହିପରି ମହାରାଷ୍ଟ୍ରରେ ୬.୩୩ ପ୍ରତିଶତ, ଓଡିଶାରେ ୬.୯୯ ପ୍ରତିଶତ, ଉତ୍ତରପ୍ରଦେଶରେ ୧୩.୮୯ ପ୍ରତିଶତ, ପଶ୍ଚିମବଙ୍ଗରେ ୧୫.୩୫ ପ୍ରତିଶତ ଏବଂ ଲଦାଖରେ ୧୦.୫୧ ପ୍ରତିଶତ ମତଦାନ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking