29.1 C
Bhubaneswar
Saturday, July 27, 2024
Homeଓଡିଶାପୁରୀରେ ମୋଦିଙ୍କ ରୋଡ ସୋ’

ପୁରୀରେ ମୋଦିଙ୍କ ରୋଡ ସୋ’

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଛନ୍ତି । ତାଙ୍କ ସହ ଅଛନ୍ତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ରହିଛନ୍ତି । ରୋଡ ସୋ’’ ସମୟରେ ବଡ ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ଏହାସହ ମୋଦୀଙ୍କୁ ଦେଖିବା ପାଇଁ ରାସ୍ତା କଡ ଓ ପ୍ରତି ଘରର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ମୋଦୀଙ୍କ ରୋଡ ଶୋ’ ପାଇଁ ବଡଦାଣ୍ଡ ସହ ପୁରା ପୁରୀ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି।

ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଏହି ରୋଡ ଶୋ’ ଚାଲିଥିବା ବେଳେ ବାଟରେ ଦେଖିବାକୁ ମିଳୁଥିଲା ଓଡ଼ିଶାର ସଂସ୍କୃତିର ଝଲକ । କେଉଁଠି କଳାକାରମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ଗୋଟି ପୁଅ ନୃତ୍ୟ ତ କେଉଁଠି ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିଲେ। ଏହାପରେ ମୋଦି ନିର୍ବାଚନୀ ପ୍ରଚାର ନିମନ୍ତେ ଅନୁଗୋଳ ଅଭିମୁଖେ ଯାଇଥିବା ଜଣାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ଆଜି ୬୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଯେଉଁଥିରେ ୩ ଏସ୍‌ପି ରାଙ୍କର ଅଫିସର ମୁତୟନ ହୋଇଛନ୍ତି। ଏଥିସହ ୮ ଜଣ ଆଡିସିନାଲ୍‌ ଏସ୍‌ପି, ୨୨ ଜଣ ଡିଏସ୍‌ପି, ୪୨ ଜଣ ଇନ୍ସପେକ୍ଟର, ୧୦୯ ଜଣ ସବ୍‌ ଇନ୍ସପେକ୍ଟର, ୩୪ ଜଣ ହାବିଲ୍‌ଦାର, ୨୦୨ ଜଣ କନ୍‌ଷ୍ଟେବଲ, ୨୫୦ ହୋମ୍‌ଗାର୍ଡ ଆଦି ନିୟୋଜିତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚିବାର ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଥିଲା। ରୋଡ ଶୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ଓ ତାଳବଣିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking