30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଦୁଷ୍କର୍ମର ମିଥ୍ୟା ଅଭିଯୋଗ ପାଇଁ ୨୧ ବର୍ଷୀୟା ଯୁବତୀଙ୍କୁ ୧୬୫୩ ଦିନ ଜେଲ୍‌ଦଣ୍ଡ

ଦୁଷ୍କର୍ମର ମିଥ୍ୟା ଅଭିଯୋଗ ପାଇଁ ୨୧ ବର୍ଷୀୟା ଯୁବତୀଙ୍କୁ ୧୬୫୩ ଦିନ ଜେଲ୍‌ଦଣ୍ଡ

ବରେଲି : ବରେଲିର ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ ଅଦାଲତ ୨୦୧୯ରେ ରୁଜୁ ହୋଇଥିବା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ମିଥ୍ୟା ବୟାନ ଦେବା ଅଭିଯୋଗରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ୪ ବର୍ଷ ୮ ମାସ ୬ ଦିନର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ଜିଲ୍ଲା ଜଜ୍ ଜ୍ଞାନେନ୍ଦ୍ର ତ୍ରିପାଠୀ ଗତ ୪ ତାରିଖରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମହିଳା ଜଣକ ମିଥ୍ୟା ଅଭିଯୋଗରେ ଫସାଇବା ପରେ ୨୫ ବର୍ଷୀୟ ନିରୀହ ଯୁବକ ଅଜୟ ରାଵତ ଜେଲରେ ବିତାଇଥିବା ସମୟ ଅନୁପାତରେ କୋର୍ଟ ଜେଲ ଦଣ୍ଡର ଅବଧି ୧୬୫୩ ଦିନ ଧାର୍ଯ୍ୟ କରିଛନ୍ତି। କୋର୍ଟ ମହିଳାଙ୍କୁ ୫ ଲକ୍ଷ ୮୮ ହଜାର ୮୨୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଜରିମାନା ପୈଠ ନ କଲେ ଜେଲ୍ ଦଣ୍ଡ ଆଉ ୬ ମାସ ବୃଦ୍ଧି ପାଇବ ବୋଲି କୋର୍ଟ କହିଛନ୍ତି। ଅଣକୁଶଳୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ଦୈନିକ ମଜୁରି ଆଧାରରେ କୋର୍ଟ ଜରିମାନା ଧାର୍ଯ୍ୟ କରିଛନ୍ତି ବୋଲି ଅଦାଲତରେ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସରକାରଙ୍କ ଓକିଲ ସୁନୀଲ ପାଣ୍ଡେ କହିଛନ୍ତି। ପାଣ୍ଡେଙ୍କ କହିବା ଅନୁଯାୟୀ, ମାମଲାର ଶୁଣାଣି ସମୟରେ ପୀଡ଼ିତା ଜଣକ ତାଙ୍କ ପୂର୍ବ ବୟାନରୁ ଓହରି ଯାଇଥିଲେ। ଅପହରଣ ଓ ଦୁଷ୍କର୍ମ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଅଜୟ ରାଘବଙ୍କ ବିରୋଧରେ ପୁଲିସର ଚାପରେ ସେ ମିଥ୍ୟା ବୟାନ ଦେଇଥିଲେ ବୋଲି କହିଛନ୍ତି।

୧୬ ପୃଷ୍ଠାର ରାୟରେ ଅଦାଲତ କହିଛନ୍ତି ଯେ ମହିଳା ଜଣକ ସେହି ବ୍ୟକ୍ତିଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିଲେ, ଯେଉଁଥିପାଇଁ ତାଙ୍କୁ ୪ ବର୍ଷରୁ ଅଧିକ ସମୟ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ଯଦିଓ ସମ୍ପୃକ୍ତ ନୀତି ଓ ଆଇନ ମାଧ୍ୟମରେ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର, ପ୍ରଶାସନ ଓ ଅଦାଲତ ପଦକ୍ଷେପ ନେଉଛନ୍ତି, ଏହାର ଅର୍ଥ ନୁହେଁ ଯେ ଯେଉଁ ମହିଳାମାନେ ଏହାର ଅନ୍ୟାୟ ଫାଇଦା ନେଉଛନ୍ତି ସେମାନଙ୍କୁ ପୁରୁଷଙ୍କ ସ୍ୱାର୍ଥ ଉପରେ ଆକ୍ରମଣ କରିବାର ସ୍ୱାଧୀନତା ଦିଆଯାଇଛି। ଏଭଳି ସ୍ଥିତିରେ ମହିଳାଙ୍କୁ କଠୋର ଦଣ୍ଡ ଦେବା ଉଚିତ ମନେ ହେଉଛି ବୋଲି କୋର୍ଟ କହିଛନ୍ତି।
୨୦୧୮ ସେପ୍ଟେମ୍ବର ମାସରେ ଅଜୟ ରାଘବଙ୍କ ବିରୋଧରେ ଜଣେ ମହିଳା ତାଙ୍କ ୧୫ ବର୍ଷର ଝିଅକୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ନେଇ ଏତଲା ଦେଇଥିଲେ। ପୀଡ଼ିତା ଏତଲାରେ ଥିବା ଅଭିଯୋଗକୁ ସମର୍ଥନ କରିଥିଲେ। ତେବେ ମାମଲାର ଶୁଣାଣି ସମୟରେ ପୀଡ଼ିତାଙ୍କୁ ଜେରା କରାଯିବା ପରେ ସେ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗରୁ ଓହରି ଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking