30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଓଲଟିଲା ୮୧୦ କେଜି ସୁନା ଧରି ଯାଉଥିବା ଟ୍ରକ୍‌

ଓଲଟିଲା ୮୧୦ କେଜି ସୁନା ଧରି ଯାଉଥିବା ଟ୍ରକ୍‌

ତାମିଲନାଡ଼ୁ : ଟ୍ରକ୍‌ ଭିତରେ ଥିଲା ୮୧୦ କେଜି ସୁନା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬୬୬ କୋଟି । ଏତେ ଟଙ୍କାର ସୁନା ଧରି ଟ୍ରକ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ଓଲଟି ପଡ଼ିଛି । ଏପରି ଏକ ଦୁର୍ଘଟଣା ତାମିଲନାଡ଼ୁର ସିଥୋଡ୍ଡରେ ଘଟିଛି। ଟ୍ରକ୍‌ ଆଗରେ ଯାଉଥିବା ଏକ ବାହନର ତାରପୋଲିନ ଉଡ଼ି ଯାଇଥିବା ବେଳେ ତାହା ପଛରେ ସୁନା ଅଳଙ୍କାର ଧରି ଯାଉଥିବା ଟ୍ରକ୍‌ କାଚରେ ପଡ଼ିଥିଲ। । ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଓଲଟି ପଡ଼ିଥିଲା। ଟ୍ରକ୍‌ଟଇ କୋଏମ୍ବଟୁରରୁ ସେଲମ ଅଭିମୁଖେ ଯାଉଥିଲା।

ଖବର ପାଇ ପୁଲିସ୍‌ ପୂରା ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଅନ୍ୟ ଏକ ଟ୍ରକ୍‌କୁ ଘଟଣାସ୍ଥଳକୁ ଅଣାଯାଇଥିଲା। ସେଠାରେ କଡ଼ା ସୁରକ୍ଷା ବଳୟରେ ସୁନାକୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ଅନ୍ୟ ଟ୍ରକ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଟ୍ରକ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକଙ୍କ ସହ ସେଥିରେ ଥିବା ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ବିପଦମୁକ୍ତ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking