35.1 C
Bhubaneswar
Sunday, May 19, 2024
Homeଓଡିଶାଘରେ ପଶି ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଯୁବକ ଗିରଫ

ଘରେ ପଶି ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର : ଘରେ ପଶି ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତମାଣ୍ଡୋ ଥାନା ପୁଲିସ । ଗିରଫ ହେଲେ ବାଲେଶ୍ୱର ଜିଲ୍ଲା କମରାଧ ଥାନା ଅଞ୍ଚଳର ମଙ୍ଗଳ ହେମ୍ବ୍ରମ୍‌(୨୬) । ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ତମାଣ୍ଡୋ ଥାନା ଅଞ୍ଚଳରେ ରୁହନ୍ତି । ଗତ କାଲି ସେ ଘରେ ଏକୁଟିଆ ଶୋଇଥିବା ବେଳେ ଗିରଫ ମଙ୍ଗଳ ଘରେ ପଶି ମହିଳାଙ୍କ ସହିତ ଅସଦାଚରଣ କରିବାକୁ ଉଦ୍ୟମ କରିଥିବା ବେଳେ ଅଭିଯୋଗକାରିଣୀଙ୍କ ହଠାତ ନିଦ ଭାଙ୍ଗି ଯାଇଥିଲା ଏହା ଦେଖି ଗିରଫ ମଙ୍ଗଳ ସେଠାରୁ ଦୌଡି ପଳାଇବା ସହିତ ଜଣେ ପଡ଼ୋଶୀଙ୍କ ଘରେ ପଶିଯାଇଥିଲେ । ପରେ ଅଭିଯୋଗକାରିଣୀ ତୁରନ୍ତ ଯାଇ ଅଭିଯୁକ୍ତ ପଶିଥିବା ଘରର ସଦସ୍ୟଙ୍କୁ ଡାକ ପକାଇଥିଲେ । ତାଙ୍କ ପାଟି ଶୁଣି ସମସ୍ତେ ଉଠିଯିବାରୁ, ଅଭିଯୁକ୍ତ ଜଣକ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ । ଏହା ଦେଖି ଅଭିଯୋଗକାରିଣୀ ତାଙ୍କ ସହିତ କରିଥିବା ବ୍ୟବହାର ବିଷୟରେ ଅଭିଯୁକ୍ତଙ୍କୁ ପଚାରିବାରୁ, ଅଭିଯୁକ୍ତ ଜଣକ ହଠାତ ରାଗିଯାଇ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ମାଡ଼ ମାରିଥିଲେ ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ପରେ ମିହଳା ଜଣଙ୍କ ଥାନାରେ ଯାଇ ଅଭିଯୋଗ କରିଥିଲେ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ତାଙ୍କ ଘରୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କ ହେପାଜତରୁ ଏକ ଚୋରା ମୋବାଇଲ ଫୋନ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking