36.1 C
Bhubaneswar
Tuesday, May 28, 2024
Homeଓଡିଶା୨୧ ଦିନର ଗ୍ରୀଷ୍ମପ୍ରବାହ ପରେ ମିଳିଲା ଆଶ୍ୱସ୍ତି

୨୧ ଦିନର ଗ୍ରୀଷ୍ମପ୍ରବାହ ପରେ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର : ରାଜ୍ୟରେ ଆଜି ବଲାଙ୍ଗିର ପାଲଟିଛି ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ତେବେ ଉପକୂଳ ଓଡ଼ିଶା ସମେତ ରାଜଧାନୀ ଏବଂ କଟକରେ କାଳବୈଶାଖୀ ଯୋଗୁଁ ତାତିରୁ ଆଶ୍ୱସ୍ତି ମିଳିଛି । ମାତ୍ର ପଶ୍ଚିମ ଓଡ଼ିଶାରେ ତାତି ଅଧିକ ରହିଥିଲା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ଟିଟିଲାଗଡ଼ରେ ୪୪ ଡିଗ୍ରୀ, ବୌଦ୍ଧରେ ୪୩.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ସମ୍ୱଲପୁରରେ ୪୩.୪ ଡିଗ୍ରୀ, ଭବାନୀପାଟଣାରେ ୪୩ ଡିଗ୍ରୀ, ବରଗଡ଼ରେ ୪୩ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୯ ଡିଗ୍ରୀ, ରାଉରକେଲାରେ ୪୨.୬ ଡିଗ୍ରୀ, ମାଲକାନଗିରିରେ ୪୨.୫ ଡିଗ୍ରୀ, ସୋନପୁରରେ ୪୨.୩ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ହୀରାକୁଦରେ ୪୨ ଡିଗ୍ରୀ, ତାଳଚେରରେ ୪୧.୬ ଡିଗ୍ରୀ, ନବରଙ୍ଗପୁରରେ ୪୧ ଡିଗ୍ରୀ, ଫୁଲବାଣୀରେ ୪୦.୯ ଡିଗ୍ରୀ, ଢେଙ୍କାନାଳରେ ୪୦.୫ ଡିଗ୍ରୀ, ଯାଜପୁରରେ ୪୦.୪ ଡିଗ୍ରୀ ଓ କେନ୍ଦୁଝରରେ ୪୦ ଡିଗ୍ରୀ ରହିଥିଲା ।
ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶୀଖିଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଅର୍ଥାତ ୭ ତାରିଖରେ ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ପବନ ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ବର୍ଷା ସହ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ସେହିପରି ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି,ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ବର୍ଷା ସହ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ପରବର୍ତ୍ତି ୨ ଦିନରେ ମୟୂରଭଞ୍ଜ,କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲିଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ବର୍ଷା କାରଣରୁ ସମଗ୍ର ଓଡ଼ିଶାରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ।
୨୧ ଦିନର ଗ୍ରୀଷ୍ମପ୍ରବାହ ପରେ ମିଳିଲା ଆଶ୍ୱସ୍ତି । ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି । ଟୁଇନସିଟି ଭୁବନେଶ୍ୱର ଓ କଟକରେ ଘଡ଼ଘଡ଼ି ଓ ବିଜୁଳି ସହ କୁଆପଥର ବର୍ଷା ହେଉଛି । ଏହା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିଥିଲା । ସକାଳୁ ପାଗ ମେଘୁଆ ରହିଥିବାବେଳେ ଅପରାହ୍ନରେ କୁଆପଥର ବର୍ଷା ହେଉଛି । ନୟାଗଡ଼, ଗଞ୍ଜାମ, ପୁରୀ ଖୋର୍ଦ୍ଧା, କଟକ ଆଜି ଜିଲ୍ଲାରେ ବି କୁଆପଥର ବର୍ଷା ହେଉଛି । ପବନ ଯୋଗୁ କେତେକ ସ୍ଥାନରେ ଗଛ ଭାଙ୍ଗିଥିବା ଜଣାପଡ଼ିଛି । ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ପ୍ରଭାବରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଛି । ଆସନ୍ତାକାଲିଠୁ ସାରା ଓଡ଼ିଶାରେ ଏପରି ବର୍ଷା ହେବ । କାଲିଠୁ ୯ ତାରିଖ ଯାଏଁ ଝଡତୋଫାନ ହେବା ଆଶଙ୍କା କରାଯାଉଛି । ୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking