35.1 C
Bhubaneswar
Sunday, May 19, 2024
Homeଓଡିଶାନକଲି ଏନସିଇଆରଟି ବିକ୍ରି ଅଭିଯୋଗରେ ୩ ଗିରଫ

ନକଲି ଏନସିଇଆରଟି ବିକ୍ରି ଅଭିଯୋଗରେ ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ନକଲି ଏନସିଇଆରଟି ବହି ବିକ୍ରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାରବେଳନଗର ଥାନା ପୁଲିସ । ଗିରଫ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଅଜୟ କୁମାର ସ୍ୱାଇଁ(୪୦), ବାଲିପାଟଣା ଥାନା ଅଞ୍ଚଳର ବ୍ରଜ ମୋହନ ମହାରଣା(୪୪) ଏବଂ ଅନ୍ୟ ଜଣଙ୍କ ହେଲେ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ତାପଶ ଗିରି(୩୦) । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ରବି ନାରାୟଣ ତ୍ରିପାଠୀ କଲିକତାରେ ଥିବା ଏନସିଇଆରଟି ସିଡବ୍ଲ୍ୟୁସିର ଜଣେ ଅଧିକାରୀ ଅଟନ୍ତି । ସେ ଗତ ୩ ତାରିଖ ସନ୍ଧ୍ୟାରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ବିଦ୍ୟାଶ୍ରୀ ବୁକ ଷ୍ଟୋରକୁ ଯାଇ ଏକାଦଶ ଶ୍ରେଣୀର କିଛି ଏନସିଇଆରଟି କିଣିବାକୁ ଯାଇଥିଲେ ହେଲେ ଯେତେବେଳେ ସେ ଉକ୍ତ ବହି ଗୁଡିକ ଦେଖିଥିଲେ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ । ଏହା ପରେ ଉକ୍ତ ସ୍ଥାନରୁ ସେ ଫେରିଯାଇଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ ଖାରବେଳନଗର ଥାନାର ଏକ ଟିମ ଏନସିଇଆରଟି ସଦସ୍ୟଙ୍କ ସହିତ ବିଦ୍ୟାଶ୍ରୀ ବୁକଷ୍ଟୋରରେ ଅତର୍କିତ ଚଢଉ କରିଥିଲେ । ଚଢଉ ସମୟରେ ସେଠାରୁ ୬ଟି ନକଲି ବହି ଜବତ କରାଯାଇଥିବା ବେଳେ, ୟୁନିଟ-୯ ସ୍ଥିତ ମା ମଙ୍ଗଳା ବୁକ ଷ୍ଟୋରର ମାଲିକ ଅଜୟ କୁମାର ସ୍ୱାଇଁ ତାଙ୍କୁ ଏହି ବହି ବିକ୍ରି କରିବା ଲାଗି ଦେଇଥିବା, ବିଦ୍ୟାଶ୍ରୀ ବୁକଷ୍ଟୋରର ସେଲ୍ସ ମ୍ୟାନ ପୁଲିସ କହିଥିଲେ । ବିଦ୍ୟାଶ୍ରୀ ବୁକଷ୍ଟୋରର ସେଲ୍ସ ମ୍ୟାନ କୃଷ୍ଣ ଚନ୍ଦ୍ର ନନ୍ଦଙ୍କ କହିବା ଅନୁଯାଇ ପୁଲିସ ଟିମ ମା ମଙ୍ଗଳା ବୁକ ଷ୍ଟୋରରେ ଚଢଉ କରି ବୁକ ଷ୍ଟୋରର ମାଲିକ ଅଭିଯୁକ୍ତ ଅଜୟ କୁମାର ସ୍ୱାଇଁଙ୍କୁ କାବୁ କରି, ତାଙ୍କ ଷ୍ଟୋରରୁ ଏକ ଅଟୋରେ ଚାଲାଣ ହେବାକୁ ଥିବା ମୋଟ ୨୩୫ ଖଣ୍ଡ ନକଲି ବହିକୁ ମଧ୍ୟ ଜବତ କରିଥିଲେ । ଅଟୋ ଡ୍ରାଇଭରକୁ ପଚାରିବାରୁ, ଅଭିଯୁକ୍ତ ଅଜୟ ତାଙ୍କ ଅଟୋକୁ ବହି ଚାଲାଣ କରିବା ନିମନ୍ତେ ୩୦୦ ଟଙ୍କା ଭଡାରେ ଆଣିଥିବା କହିଥିଲେ । ଅଭିଯୁକ୍ତ ଅଜୟଙ୍କୁ ପଚରାଉଚରା କରିବା ବେଳେ, ସେ ସେହି ନକଲି ବହି ସବୁକୁ ରବିଟକିଜ ଠାରେ ଥିବା ଶୁଭମ ବୁକ ଷ୍ଟୋରର ଗୋଦାମ ମାଲିକ ବ୍ରଜ ମୋହନ ମହାରଣାଙ୍କ ନିକଟରୁ କିଣିଥିବା ଦର୍ଶାଇଥିଲେ । ତାଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ଟିମ ତୁରନ୍ତ ଯାଇ ଶୁଭମ ବୁକ ଷ୍ଟୋରରେ ଚଢଉ କରିଥିଲା । ଚଢଉ ବେଳେ ଟିମ ଅଭିଯୁକ୍ତ ଗୋଦାମ ମାଲିକ ବ୍ରଜ ମୋହନ ମହାରଣାଙ୍କ ସହିତ ଅଭିଯୁକ୍ତ ସେଲ୍ସମ୍ୟାନ ତାପସ ଗିରିଙ୍କୁ କାବୁ କରିଥିଲେ । ଛାନଭିନ ସମୟରେ ପୁଲିସ ଶୁଭମ ବୁକ ଷ୍ଟୋରର ଗୋଦାମରୁ ମୋଟ ୨୦୨୩ ଖଣ୍ଡ ନକଲି ଏନସିଇଆରଟି ବହି ସବୁକୁ ଜବତ କରିଥିଲେ ଯାହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ । ପଚରାଉଚରା ବେଳେ ମା ମଙ୍ଗଳା ବୁକ ଷ୍ଟୋରର ମାଲିକ ଅଭିଯୁକ୍ତ ଅଜୟ କୁମାର ସ୍ୱାଇଁ, ଶୁଭମ ବୁକ ଷ୍ଟୋରର ସେଲ୍ସମ୍ୟାନ ଅଭିଯୁକ୍ତ ତାପସ ଗିରି ଏବଂ ବୁକ ଷ୍ଟୋର ଗୋଦାମର ମାଲିକ ଅଭିଯୁକ୍ତ ବ୍ରଜମୋହନ ମହାରଣା ନିଜର ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking