36.1 C
Bhubaneswar
Sunday, May 19, 2024
Homeଓଡିଶାନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଆସାମୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କଲେ ହାଇକୋର୍ଟ

ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଆସାମୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କଲେ ହାଇକୋର୍ଟ

କଟକ: ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଦୋଷୀଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ କରିଛନ୍ତି । ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ ସଶ୍ରମ କାରାଦଣ୍ଡରେ ବଦଳାଇଛନ୍ତି । ବିଚାରପତି ଏସ୍‌.କେ.ସାହୁ ଓ ବିଚାରପତି ଆର.କେ.ପଟ୍ଟନାୟକଙ୍କ ଖଣ୍ଡପୀଠ ଦଣ୍ଡାଦେଶ କୋହଳ ପାଇଁ ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କ ପକ୍ଷରୁ ଆଗତ ମାମଲାର ରାୟ ସୋମବାର ପ୍ରକାଶ କରିଛନ୍ତି । ଏଥିସହ ଜିଲା ଆଇନ ସେବା ପ୍ରାଧିକରଣ ମୃତ ନାବାଳିକାଙ୍କ ପରିବାରକୁ ଆଗାମୀ ୪ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀ ଅନୁଯାୟୀ,୨୦୧୮ ଏପ୍ରିଲ ୨୧ ତାରିଖ ସନ୍ଧ୍ୟାରେ ସାଲେପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ୬ ବର୍ଷର ନାବାଳିକା ଜଣକୁ ଅଭିଯୁକ୍ତ ଅପହରଣ କରାଯାଇଥିଲା । ତେବେ ସେହିଦିନ ରାତିରେ ନାବାଳିକା ଜଣଙ୍କୁ ଜଗନ୍ନାଥପୁର ନୋଡାଲ ୟୁ.ପି. ସ୍କୁଲ ବାରଣ୍ଡାରେ ନଗ୍ନ ଓ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତୁରନ୍ତ ନାବାଳିକାଙ୍କ ପରିବାର ଲୋକ ସମେତ ଗ୍ରାମବାସୀମାନେ ଗୁରୁତର ଅବସ୍ଥାରେ ସାଲେପୁର ମେଡିକାଲକୁ ତାଙ୍କୁ ନେଇଥିଲା ବେଳେ ସେଠାରୁ ଡାକ୍ତର ତାଙ୍କୁ ଏସ୍‌ସିବି ମେଡିକାଲକୁ ପଠାଇ ଦେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା । ସ୍କୁଲ ବାରଣ୍ଡାରେ ଅଭିଯୁକ୍ତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ବେଳେ ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସାଲେପୁର ଥାନା ପେୁଲିସ ପୋକ୍ସୋ ଆକ୍ଟରେ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । କଟକର ୩ୟ ଅତିରିକ୍ତ ସେସନସ୍ ଜଜ ମାମଲାର ବିଚାର କରି ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ମାମଲାର ରାୟ ପ୍ରକାଶ କରି ମୁସ୍ତାକଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ । ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରି ମୁସ୍ତାକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ରମଣୀକାନ୍ତ ପଟ୍ଟନାୟକ,ଆଇନଜୀବୀ ବିକାଶ ଚନ୍ଦ୍ର ପରିଜା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking