28.1 C
Bhubaneswar
Monday, May 27, 2024
Homeପୁରୁଷ ହକି ବିଶ୍ୱକପ୍ହକି ବିଶ୍ୱକପ୍-୨୦୨୩: ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ

ହକି ବିଶ୍ୱକପ୍-୨୦୨୩: ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ

ଭୁବନେଶ୍ୱର: ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ । କଳିଙ୍ଗରେ ଚାଲିଥିବା ଗ୍ରୁପ-ଡିର ନିଜର ଶେଷ ମ୍ୟାଚରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଏଫଆଇଏଚ ହକି ବିଶ୍ୱକପ୍-୨୦୨୩ରେ ଭାରତର ଏହା ଦ୍ୱିତୀୟ ବିଜୟ ଅଟେ । ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇ ଗେଟିଏ ମ୍ୟାଚ ଡ୍ର ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି । ଇଂଲଣ୍ଡ ସିଧାସଳଖ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିବା ବେଳେ ଭାରତକୁ କ୍ୱାଟର ଫାଇନାଲକୁ ଯିବା ପାଇଁ ଆଉ ଏକ ମ୍ୟାଚ୍ ଖେଳିବାକୁ ହେବ ।

ନିଜର ପ୍ରଥମ ମ୍ୟାଚରେ ଭାରତ ସ୍ପେନକୁ ୨-୦ ଗୋଲରେ ହରାଇଥିବା ବେଳେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ଡ୍ର ରହିଥିଲା । ଆଜିର ମ୍ୟାଚରେ ଭାରତ ପାଇଁ ସମସେର ସିଂ, ହରମନପ୍ରୀତ ସିଂ ଏବଂ ଆକାଶଦୀପ ସିଂ ଗୋଲ୍ କରିଥିଲେ । ସମସେର ସିଂ ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ । ପ୍ରଥମ ହାଫ୍ ସୁଦ୍ଧା ଭାରତୀୟ ଟିମ୍ ଦୁଇଟି ଗୋଲ ସହ ଆଗୁଆ ଥିଲା । କିନ୍ତୁ ତୃତୀୟ କ୍ୱାଟରର ଶେଷରେ ୱେଲ୍ସ ପ୍ରତ୍ୟାବର୍ତ୍ତନ କରି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ୨-୨ରେ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ ।

ହେଲେ ଚତୁର୍ଥ କ୍ୱାଟରରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଦୁଇଟି ଗୋଲ୍ କରି ବିଜୟ ହାସଲ କରିଛି । ଭାରତ ପୁଲ-ଡି ରେ ତିନି ମ୍ୟାଚରୁ ୭ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ଦଳ ୭ ଅଙ୍କ ସହ ଶୀର୍ଷରେ ରହିଛି । ଉଭୟ ଟିମ୍ ପାଖରେ ଅଙ୍କ ବରାବର ଥିଲେ ସୁଦ୍ଧା କମ୍ ଗୋଲ୍ ଅନ୍ତର କାରଣରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରହିବା ସହ ଇଂଲଣ୍ଡ କ୍ୱାଟରଫାଇନାଲକୁ ପ୍ରବେଶ କରିଛି । ଭାରତକୁ ଏବେ ଗ୍ରୁପ-ସିର ତୃତୀୟ ସ୍ଥାନରେ ରହିଥିବା ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସଓଭର ମ୍ୟାଚ୍ ଖେଳିବାକୁ ହେବ । ଏହି ମ୍ୟାଚ୍ ଜିତିଲେ ଭାରତ କ୍ୱାଟରଫାଇନାଲ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking