30.1 C
Bhubaneswar
Monday, May 6, 2024
Homeଓଡିଶାସମ୍ବଲପୁର ଜିଲ୍ଲାରେ "ଭାରତ ଯୋଡ଼ ଯାତ୍ରା - ଓଡ଼ିଶା 'କୁ ବିପୁଳ ଜନସମର୍ଥନ

ସମ୍ବଲପୁର ଜିଲ୍ଲାରେ “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା ‘କୁ ବିପୁଳ ଜନସମର୍ଥନ

ଭୁବନେଶ୍ୱର,  : ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାର ରମ୍ପେଲାଠାରୁ “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା ‘ ର ଯାତ୍ରା ଆରମ୍ଭ ହୋଇଥିଲା । ରେଙ୍ଗାଲି ପରିକ୍ରମା ପରେ ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ ଓ ଅନ୍ୟ ଯାତ୍ରୀମାନେ ସମ୍ବଲପୁରରେ ପହଞ୍ଚିଥିଲେ । ଶ୍ରୀ ପଟ୍ଟନାୟକ ସମ୍ବଲପୁର ଜେଲକୁ ଯାଇ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରି ଜେଲରେ ଥିବା ଆଇନଜୀବୀମାନଙ୍କୁ ସାକ୍ଷାତ କରିଥିଲେ । ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ ମାତ୍ର ନ୍ୟାୟପାଳିକା ଉପରେ ଭରସା ପ୍ରକଟ କରିଥିଲେ । ଆସନ୍ତା କାଲି “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା ‘ ବନ୍ଦ ରହିବ ଏବଂ ୨୧ ତାରିଖ ଦିନ ଏହା ବରଗଡ଼ ଜିଲ୍ଲାର ଅତାବିରାଠାରୁ ଆରମ୍ଭ ହେବ ।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ବର୍ଗର ଲୋକେ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ଜିଲ୍ଳାର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସମ୍ବଲପୁର ଜିଲ୍ଲା ଶିଳ୍ପ ସମୃଦ୍ଧ ଅଟେ । ମାତ୍ର ଏଠାରେ ବେକାରୀ ଉତ୍କଟ । ଶାସକ ଦଳ ଭୋଟ ପାଇବା ପରେ ସାଧାରଣ ଜନତାଙ୍କର ଦାବିକୁ ପାଶୋରି ଯାଇଛନ୍ତି । “ସମ୍ବଲପୁରରେ ଥିବା ହୀରାକୁଦ ନଦୀବନ୍ଧ ଯୋଜନା ଓଡ଼ିଶାକୁ ପଣ୍ଡିତ ନେହେରୁ ଏବଂ କଂଗ୍ରେସ ଦଳର ଅବଦାନ, ଯାହା ଓଡ଼ିଶାରେ ଘରେଘରେ ବିଜୁଳି ଏବଂ ଚାଷୀର ଜମିକୁ ପାଣି ଯୋଗାଉଛି । ବିଜେଡି ଓ ବିଜେପିର ଏଭଳି କିଛି ଅବଦାନ ଅଛି କି?” ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ ।
“ଭାରତ ଯୋଡ଼ ଯାତ୍ରା – ଓଡ଼ିଶା’ ସମ୍ବଲପୁରରେ ଏକ ନୂତନ ବାର୍ତ୍ତା ଦେଇଛି । ସମ୍ବଲପୁରରେ ବିକାଶ କଂଗ୍ରେସ କରିଥିଲା । କଂଗ୍ରେସ ଶାସନ ପରେ ଏଠିକାର ବିକାଶର ଧାରା ଅବରୋଧ ହୋଇଛି । ଯୁବକମାନେ ବେସାହାରା । ଚାଷୀ ଉପେକ୍ଷିତ । ମାତ୍ର ବିଜେଡି ଓ ବିଜେପି କ୍ଷମତାସୀନ । ଲୋକଙ୍କୁ ବାରମ୍ବାର ଭୁଲାଇ, ଭୁତାଇ ଭୋଟ ଲୁଟି ନେଉଛନ୍ତି । ଭୋଟ ପରେ ପ୍ରତିଶ୍ରୁତିକୁ ପାଶୋରି ଯାଉଛନ୍ତି । ଚାଷୀ ଆତ୍ମହତ୍ୟା ଏକ ଉତ୍କଟ ପରିସ୍ଥିତିରେ ଥିବା ବେଳେ ନବୀନ ସରକାର ମୋଦି ସରକାରଙ୍କଠାରୁ “କୃଷି କର୍ମଣ ‘ ପୁରସ୍କାର ପ୍ରାପ୍ତହେବା ଦୁଃଖଦାୟ । ଓଡ଼ିଶା ୨୨ ବର୍ଷ ଧରି ସବୁ କ୍ଷେତ୍ରରେ ଏକ ପଛୁଆ ରାଜ୍ୟରେ ପରିଗଣିତ ହେଉଥିବା ବେଳେ ଏଠିକାର ମୁଖ୍ୟମନ୍ତ୍ରୀ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନାଁ ନେବାପାଇଁ ବିଭିନ୍ନ ଅନୁଷ୍ଠାନକୁ ଅନୁଗୃହୀତ କରି ପୁରସ୍କାର ପାଉଛନ୍ତି । ଶିଳ୍ପ ସମୃଦ୍ଧ ସମ୍ବଲପୁରରେ ଯୁବକମାନଙ୍କର ସମସ୍ୟାର ସୀମା ନାହିଁ । ସ୍ଥାନୀୟ ଯୁବକ ଯୁବତୀମାନେ ବେକାରୀର ଯନ୍ତ୍ରଣା ଭିତରେ ଛଟପଟ ହେଉଥିବା ବେେଳେ ବିଜେଡି ଓ ବିଜେପି ସରକାରର ସେଥିପ୍ରତି ନିଘା ନାହିଁ । ବିକାଶ ଓ ସୁଶାସନ ପ୍ରତିଷ୍ଠା ପାଇଁ “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା ‘ର ସ୍ୱରରେ ସ୍ୱର ମିଳାନ୍ତୁ । ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନର ସୂତ୍ରଧର ହୁଅନ୍ତୁ ।
ଆଜିର କାର୍ଯ୍ୟକ୍ରମରେ ଅଶ୍ୱିନୀ ଗୁରୁ, ରାଜେନ୍ଦ୍ର ଛତ୍ରିଆ, ଦୁର୍ଯ୍ୟୋଧନ ଗଡ଼ତିଆ, ଦୁଲାଲ ପ୍ରଧାନ, ଜିତୁ ପ୍ରଧାନ, ଦୁର୍ଗା ପାଢ଼ି, ସୁତାପା ମିତ୍ର, ସଞ୍ଜୟ ତ୍ରିପାଠୀ, ଦୀପକ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ସୁଶ।।ନ୍ତ ତ୍ରିପାଠୀ, କୈଳାସ ସାହୁ, ବିଜୟଲକ୍ଷ୍ମୀ ବେହେରା, ଅନନ୍ତ ଶୟନ ପାଢ଼ି, ସୁବାସ ବିଶ୍ୱାଳ, ଅମିତ ଗୁରୁ, କବିତା ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା – ଓଡ଼ିଶାର ମିଡିଆ ଇନ୍‌ଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking