35.1 C
Bhubaneswar
Monday, June 17, 2024
Homeଓଡିଶାହୋମ୍ ଭୋଟିଂ କୁ ଶତ ପ୍ରତିଶତ ସପଂଳ କରିବା ପାଇଁ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ

ହୋମ୍ ଭୋଟିଂ କୁ ଶତ ପ୍ରତିଶତ ସପଂଳ କରିବା ପାଇଁ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ

ଯାଜପୁର :  ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ଲୋକସଭା ଓ ବିଧାନସଭା ନିମନ୍ତେ ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲ୍ଲାରେ ଭୋଟଦାନ ଅନୁଷ୍ଠିତ ହେବ ।  ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ଗୁଡିକରେ ୮୫+ ପିଡବ୍ଳୁଡି ଏବଂ ଏଭିଇଏସ୍ ଭୋଟର ମାନେ ସେମାନଙ୍କର ମତଦାନ ସାବ୍ୟସ୍ତକୁ ତ୍ୱରାନ୍ୱିତ କରି ହୋମ୍ ଭୋଟିଂକୁ  ଶତ ପ୍ରତିଶତ ସପଂଳ କରିବା ନିମନ୍ତେ ବ୍ୟାପକ ଜନ ସଚେତନତା ଓ ଜନ  ଜାଗରଣ ଦିଗରେ ସହଯୋଗ କରିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଜି ଅପରାହ୍ନରେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆହ୍ୱାନ ଦେଇଚ୍ଥନ୍ତି ।
ଏଥି ସମ୍ୱନ୍ଧୀୟ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ବିସ୍ତୃତ ସୂଚନା ଦେଇ କହିଲେ ଯେ, ପଂର୍ମ-୧୨ ଏଭିଇଏସ୍ (ପୋଲିଂ କର୍ମଚାରୀ), ପଂର୍ମ-୧୨(ଡି) ୮୫+ବରିଷ୍ଠ ନାଗରିକ (ଏଭିଏସ୍‌ସି), ଦିବ୍ୟାଙ୍ଗ (ଏଭିପିଡି), ପଂର୍ମ-୧୨(ଡି) ପୋଲିସ କର୍ମଚାରୀ, ସେକ୍ଟର ଅପିଂସର, ମାଇକ୍ରୋ ଅବଜରଭର, ଡ୍ରାଇଭର, ମେଡିକାଲ କର୍ମଚାରୀ ଓ ଷ୍ଟାଟିକ ସର୍ଭେଲାନ୍ସ ଟିମ୍‌କୁ ନେଇ ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ପାଇଁ ୧୧୬୧ ଦରଖାସ୍ତ ମିଳିଥିବା ବେଳେ ୪୯-ବରୀ ପାଇଁ ୧୩୦୮, ୫୦-ବଡଚଣା ପାଇଁ ୧୧୨୨, ୫୧-ଧର୍ମଶାଳା ପାଇଁ ୧୨୨୬, ୫୨-ଯାଜପୁର ପାଇଁ ୧୭୪୬, ୫୩-କୋରେଇ ପାଇଁ ୧୪୫୧ ଏବଂ ୫୪-ସୁକିନ୍ଦା ବିଧାନ ସଭା ଆସନ ନିମନ୍ତେ ୧୧୫୧ ଦରଖାସ୍ତକୁ ନେଇ ମୋଟ ୯୪୬୫ ଦରଖାସ୍ତ ମିଳିଅଚ୍ଥି ବୋଲି ପ୍ରକାଶ କରିଥିଲେ ।  ସେହିପରି ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହୋମ୍ ଭୋଟିଂ ସକାଳ ୭ ଘଟିକା ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ପୋଷ୍ଟାଲ ବାଲାଟ ଭୋଟିଂ ପୋଲିଂ ପର୍ସୋନେଲ ମାନଙ୍କ ପାଇଁ ସେମାନଙ୍କର ଶେଷ ପର୍ଯ୍ୟାୟ ଟ୍ରେନିଂ ସମୟରେ ଆସନ୍ତା ୨୪ ମଇ ରୁ ୨୭ ମଇ ପର୍ଯ୍ୟନ୍ତ ଏନ୍‌.ସି. କଲେଜରେ ୭ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପୃଥକ ଭାବେ ଅନୁଷ୍ଠିତ ହେବ ।  ହୋମ୍ ଭୋଟିଂ ପାଇଁ ମାଇକ୍ରୋ ଅବଜରଭର, ସେକ୍ଟର ଅପିଂସର ଓ ବି.ଡି.ଓ. ମାନଙ୍କୁ ପ୍ରତ୍ୟେକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ ରୁଟ୍ ଚାର୍ଟ ପ୍ରଦାନ କରାଯାଇଅଚ୍ଥି । ୩୧ ମଇ ରେ ପୋଲିଂ ପାର୍ଟିକୁ ସେମାନଙ୍କର ବୁଥ୍ ଗନ୍ତବ୍ୟ ସ୍ଥଳକୁ ଏନ୍‌.ସି. କଲେଜ ରୁ ପ୍ରେରଣ କରାଯିବ ।  ପୋଲିଂ ପାର୍ଟି ଗନ୍ତବ୍ୟ ସ୍ଥଳକୁ ଯିବା ଯାନ ଗୁଡିକୁ କୁସୁମା ପଡିଆରେ ରଖାଯିବ । ପୋଲିଂ ପାର୍ଟି ପ୍ରସ୍ତୁତ ହୋଇସାରିବା ପରେ କୁସୁମା ପଡିଆରୁ ନିୟୋଜିତ ଯାନ ଏନ୍‌.ସି. କଲେଜରୁ ପୋଲିଂ ପାର୍ଟିକୁ ନେଇ ବୁଥ୍‌କୁ ଯିବେ ।  ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଲା ପରେ ବାର୍ତ୍ତା ଜିଲ୍ଳ୍‌ା ପ୍ରଶାସନ ଓ ସଂପୃକ୍ତ ରିଟର୍ଣ୍ଣିଂ ଅପିଂସରକୁ ପ୍ରଦାନ କରିବେ ।  ଜିଲ୍ଳ୍‌ାରେ ସାମ୍ୱାଦିକ ମାନଙ୍କ ପ୍ରଶ୍ନରେ ପିଙ୍କ ବୁଥ୍ ସଂଖ୍ୟା ଯାହା ସଖୀ ବୁଥ୍ ୨୮୬ ବୋଲି ଜିଲ୍ଳ୍‌ାପାଳ ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍‌ା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ଜୁନ୍ ୧ ତାରିଖ ମତଦାନ କେନ୍ଦ୍ରରେ ପ୍ରିଜାଇଡିଂ ଅପିଂସର ମାନଙ୍କର ଭୂମିକା, ମକ୍‌ପୋଲ ଓ ଆଦର୍ଶ ଆଚରଣ ବିଧି ପାଳନ ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ସାମ୍ୱାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଳ୍‌ିକ, ଶାଶ୍ୱତୀ ସାଡୁଆଳ ଊପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking