40.1 C
Bhubaneswar
Monday, June 17, 2024
Homeଓଡିଶାବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ

ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ

ବୁଗୁଡା:  ବୁଗୁଡା ବ୍ଲକ ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ନୂଆଁ ପାଣିକେଶର ଗ୍ରାମର ଜନୈକା ମହିଳା ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ ମହିଳା ଜଣକ ନୂଆଁ ପାଣିକେଶର ଗ୍ରାମର ପୁଷ୍ପାଞ୍ଜଳି ସ୍ୱାଇଁ ବୋଲି ଜଣାପଡିଛି । ପ୍ରକାଶ ଯେ, ଆଜି ସକାଳେ ବିଦ୍ୟୁତ୍ ବୋର୍ଡରୁ ପ୍ଲଗ୍ ବାହାର କରୁଥିବା ବେଳେ ବିଦ୍ୟୁତ୍ ଆଘାତର ଶିକାର ହୋଇ ପୁଷ୍ପାଞ୍ଜଳି ସଜ୍ଞାହୀନ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ମେଡିକାଲରେ ପହଞ୍ôଚ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ  ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking