28.1 C
Bhubaneswar
Monday, May 27, 2024
Homeଅପରାଧପୁଅର ମୃତ୍ୟୁ ପରେ ବଦଳିଗଲା ବୋହୂର ବ୍ୟବହାର; ପ୍ରାଇଭେଟ ଡିଟେକ୍ଟିଭ ଖୋଲିଲା ରାଜ୍‌

ପୁଅର ମୃତ୍ୟୁ ପରେ ବଦଳିଗଲା ବୋହୂର ବ୍ୟବହାର; ପ୍ରାଇଭେଟ ଡିଟେକ୍ଟିଭ ଖୋଲିଲା ରାଜ୍‌

ନୂଆଦିଲ୍ଲୀ: ହରିୟାଣା ଯମୁନା ନଗର ଜିଲ୍ଲା ଅଦାଲତ ହତ୍ୟା ଓ ଷଡଯନ୍ତ୍ର ପାଇଁ ଓଏକ ହାଇପ୍ରୋଫାଇଲ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ପ୍ରିୟଙ୍କା ବତ୍ରା ନାମକ ଜଣେ ମହିଳାଙ୍କୁ ନିଜ ଜିମ ଟ୍ରେନର ପ୍ରେମିକ ଓ ଅନ୍ୟ ଦୁଇ କଣ୍ଟ୍ରାକ୍ଟ କିଲରଙ୍କ ସହିତ ମିଶି ନିଜ ସ୍ୱାମୀର ହତ୍ୟା କରି ମୃତ୍ୟୁ ମୁଖରେ ପଂହଚାଇବା ପ୍ରୟାସ ଅଭିଯୋଗରେ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି । ଯମୁନାନଗରର କୋଟିପତି ବିଜନେଓ ମ୍ୟାନ ଯୋଗେଶ ବାତ୍ରାଙ୍କ ହତ୍ୟାକାଣ୍ଡରେ ଯମୁନାନଗର ଜିଲ୍ଲା ଅଦାଲତ ତାଙ୍କ ଧର୍ମପତ୍ନୀ ପ୍ରିୟଙ୍କା ବାତ୍ରା, ପ୍ରେମିକ ରୋହିତ ଓ ଦୁଇ କଣ୍ଟ୍ରାକ୍ଟ କିଲର ସତୀଶ ଓ ଶ୍ୟାମ ସୁନ୍ଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ଏହି କେସରେ ଅନେକ ଉତଥାନ-ପତନ ବି ଆସିଛି । ଶେଷରେ ୨୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ଓ ପାରିପାଶ୍ୱିର୍କ ପ୍ରମାଣ ଆଧାରରେ ୪ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । କୋର୍ଟ ଦ୍ୱାରା ପ୍ରିୟଙ୍କା ସହିତ ଅନ୍ୟ ଦୋଷୀଙ୍କ ଉପରେ ୬୦ ହଜାର ଟଙ୍କା ଜରିମାନା ବି ଲଗାଯାଇଛି । ଯମୁନାନଗରର ପ୍ଲାଇ ବ୍ୟବସାୟୀ ସୁଭାଷ ବାତ୍ରା ନିଜ ବୋହୂ ଉପରେ ସେତେବେଲେ ସନ୍ଦେହ କରିଥିଲେ ଯେତେବେଳେ ୨୭ ମେ ୨୦୧୬ ରାତିରେ ଯୋଗେଶଙ୍କ ମୃତ୍ୟୁ ଖବର ମିଳିବା ପରେ ପରଦିନ ସକାଳେ ସେ ଖଟିମାରୁ ଯମୁନାନଗରରେ ପଂହଚିଥିଲେ ଓ ତାଙ୍କୁ ପ୍ରିୟଙ୍କା କହିଥିଲେ କି ଯୋଗେଶଙ୍କ ମୃତୁା ସାଇଲେଣ୍ଟ ଆଟାକ ପାଇଁ ହୋଇଛି । ପ୍ରଥମେ ସେ ଏହାକୁ ବିଶ୍ୱାସ କରିଥିଲେ । ହେଲେ କିଛି ଦିନ ପରେ ତାଙ୍କୁ ପ୍ରିୟଙ୍କାର ଚାଲି ଚଳନ ଉପରେ ସନ୍ଦେହ ହୋଇଥିଲା । ଏହାପରେ ସେ ନିଜ ସ୍ତରରେ ଏକ ପ୍ରାଇଭେଟ ଡିଟେକ୍ଟିଭ ଦ୍ୱାରା ପୁରା ମାମଲାର ସନ୍ଧାନ କରିଥିଲେ । ସେତେବେଳେ ତାଙ୍କୁ ଜଣାପଡିଥିଲା ଯେ, ପ୍ରିୟଙ୍କାର ଜିମ ଟ୍ରେନର ସହିତ ପ୍ରେମ ସଂପର୍କ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ହାତରେ କିଛି ଏମିତି ପ୍ରମାଣ ଓ ଫଟୋଗ୍ରାଫ ଅଛି,ଯାହା ପରେ ତାଙ୍କ ସନ୍ଦେହ ସତରେ ପରିଣତ ହୋଇଥିଲା । ସୁଭାଷ ବାତ୍ରା ଏ ପୁରା ତଥ୍ୟ ଯମୁନାନଗର ପୋଲିସକୁ ଦେଇଥିଲେ । ଯମୁନା ନଗର ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ କ୍ଲିନ ଚିଟ୍ ଦେଇଥିଲେ । ଏହାପରେ ସୁଭାଷ ହରିୟାଣା ଡିଜିପିଙ୍କୁ ସାକ୍ଷାତ କରିଥିଲେ । ଏହି ମାମଲାର ତଦନ୍ତଭାର ଏସଆଇଟିକୁ ଦିଆଗଲା । ଏହାପରେ ବିଭିନ୍ନ ଧାରାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking