35.1 C
Bhubaneswar
Wednesday, May 8, 2024
Homeଅପରାଧବନ୍ଧୁ ସହ ମିଶି ପ୍ରେମିକାଙ୍କୁ ଗଣଦୁଷ୍କର୍ମ କରି ଆସୁଥିଲା କୁଲାଙ୍ଗାର, ତା'ପରେ ମା' ସହ ମିଶି...

ବନ୍ଧୁ ସହ ମିଶି ପ୍ରେମିକାଙ୍କୁ ଗଣଦୁଷ୍କର୍ମ କରି ଆସୁଥିଲା କୁଲାଙ୍ଗାର, ତା'ପରେ ମା' ସହ ମିଶି ପୋଡି ମାରିଦେଲା …

ତ୍ରିପୁରା : ନାରୀ ପ୍ରତି ନିର୍ଯ୍ୟାତନା ଦିନକୁ ଦିନ ଥମିବା ବଦଳରେ ଜଘନ୍ୟ ରୂପ ଧାରଣ କରିବାରେ ଲାଗିଛି | ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ପୁଲିସ ଏନକାଉଣ୍ଟର କରିଥିବା ବେଳେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ମଧ୍ୟ ବିଭସ୍ଥ୍ୟ ଭାବେ ପୋଡି ହତ୍ୟା କରା ଯାଇଛି | ତେବେ ଏହି ଘଟମା ହଇଚଇ ସୃଷ୍ଟି କରିଥିବା ବେଳେ ପୁଣି ଥରେ ଏପରି ଏକ ଜଘନ୍ୟ କାଣ୍ଡ ଏବେ ସାମ୍ନାକୁ ଆସିଛି |ତ୍ରିପୁରାରେ ୧୭ବର୍ଷ ବୟସ୍କା ଯୁବତୀଙ୍କୁ ତାଙ୍କ ପ୍ରେମିକ ଏବଂ ମା’ ମିଶି ପୋଡି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଯୁବତୀଙ୍କୁ ବନ୍ଧକ ରଖି ଦୁଷ୍କର୍ମ କରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଯୁବତୀଙ୍କ ଶରୀରର ୯୦ଭାଗ ପୋଡି ଯାଇଥିଲା । ଯୁବତୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡୋଶୀମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ମୁତାବକ, ସୋସିଆଲ ମିଡିଆ ଜରିଆରେ ଯୁବକଙ୍କ ସହ ଯୁବତୀଙ୍କ ପରିଚୟ ହୋଇଥିଲା । ଏହାପରେ ସେମାନଙ୍କ ସଂପର୍କ ନିବିଡ ହୋଇଥିଲା । ଯୁବକ ଜଣଙ୍କ ଯୁବତୀଙ୍କ ଘରକୁ ଆସି ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ଏହା ପରଠାରୁ ଉଭୟ ବହୁ ସମୟରେ ଏକାଠି ରହୁଥିଲେ । ମାତ୍ର ଦିନେ ଯୁବକ ଜଣଙ୍କ ଜୋରଜବରଦସ୍ତ ଯୁବତୀଙ୍କୁ ବନ୍ଧକ ରଖିଦେଲେ ଏବଂ ତାଙ୍କ ପରିବାରଲୋକଙ୍କୁ ଟଙ୍କା ଦେବା ପାଇଁ କହିଥିଲେ । କେବଳ ଏତିକି ନୁହେଁ ଯୁବକ ଜଣଙ୍କ ତାଙ୍କ ବନ୍ଧୁମାନଙ୍କ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।
ଯୁବତୀଙ୍କୁ ଦୁଇ ମାସ ଧରି ବନ୍ଧକ ରଖି ଗଣଦୁଷ୍କର୍ମ କରାଯାଉଥିଲା । ଯୁବତୀଙ୍କ ପରିବାରଲୋକ କହିଥିଲେ ଯେ, ତାଙ୍କ ଝିଅକୁ ଛାଡିବା ପାଇଁ ଅଭିଯୁକ୍ତମାନେ ୫୦ହଜାର ଟଙ୍କା ଡିମାଣ୍ଡ କରିଥିଲେ । ଯୁବତୀଙ୍କ ପରିବାରଲୋକ ମାତ୍ର ୧୭ହଜାର ଟଙ୍କା ଜମା କରିପାରିଥିଲେ । ଫଳରେ ଅଭିଯୁକ୍ତ ଜଣଙ୍କ ରାଗିଯାଇ ଏଭଳି କାମ କରିଥିବା ଜଣାପଡିଛି । ଯୁବତୀଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ମା’ଙ୍କ ଉପରେ ଆକ୍ରମଣ କରିଥିବା ବେଳେ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking