32.1 C
Bhubaneswar
Friday, April 26, 2024
Homeଓଡିଶାଦିଲ୍ଲୀପ ତିର୍କୀ ହେଲେ ଚେୟାରମ୍ୟାନ

ଦିଲ୍ଲୀପ ତିର୍କୀ ହେଲେ ଚେୟାରମ୍ୟାନ

ଭୁବନେଶ୍ୱର: ବଦଳିଛନ୍ତି ଓଡିଶା ହକି ଆଡହକ କମିଟି ଚେୟାରମ୍ୟାନ । ଦିଲ୍ଲୀପ ତିର୍କୀ ଆଡହକ କମିଟି ଚେୟାରମ୍ୟାନ ହୋଇଛନ୍ତି । ଏନେଇ ସୂଚନା ପ୍ରଦାନ କରିଛନ୍ତି କମିଟିର ଆବାହକ କ୍ରୀଡା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା । ସେହିଭଳି ବୋଲାନାଥ ସିଂହ, ରାଜେନ୍ଦ୍ର ପାଣି ଆଡହକ କମିଟି ସଦସ୍ୟ ହୋଇଛନ୍ତି । ଆର.କେ ଶ୍ରୀବାସ୍ତବ, ଅଧିପ ଦାସ ମଧ୍ୟ କମିଟି ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ଭୋଳାନାଥ ସିଂଙ୍କୁ କମିଟି ଚେୟାରମ୍ୟାନ କରାଯାଇଥିଲା । ଝାଡଖଣ୍ଡର ଭୋଳାନାଥଙ୍କୁ ଚେୟାରମ୍ୟାନ କରାଯିବାରୁ ବିବାଦ ଉଠିଥିଲା । ଓଡ଼ିଶାରେ ଦକ୍ଷ ହକି ଖେଳାଳି ଥାଉ ଥାଉ ବାହାର ରାଜ୍ୟର ବ୍ୟକ୍ତିଙ୍କୁ ଓଡ଼ିଶା ଆଡହକ କମିଟିର ଚେୟାରମ୍ୟାନ୍ କରାଯିବା ଲୋକେ ସହଜରେ ଗ୍ରହଣ କରିପାରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking