28.1 C
Bhubaneswar
Saturday, April 27, 2024
Homeକରୋନାଟିକା ନେଲେ ବଡ ଫାଇଦା

ଟିକା ନେଲେ ବଡ ଫାଇଦା

ନୂଆଦିଲ୍ଲୀ: ଟିକା ସଂପର୍କରେ ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍ ସୂଚନା ଦେଇ କହିଛନ୍ତି, ଟିକା ନେବା ଦ୍ୱାରା ବଡ ଫାଇଦା ମିଳୁଛି । ଟିକା ନେଇଥିବା ଲୋକେ ମେଡିକାଲରେ ଆଡମିଶନ ସମ୍ଭାବନା ୭୦ ରୁ ୮୦ ପ୍ରତିଶତ କମ୍ । ଟିକା ନେଇଥିଲେ ଅକ୍ସିଜେନ ଆବଶ୍ୟକ ସମ୍ଭାବନା ମାତ୍ର ୮ ପ୍ରତିଶତ । ଟିକା ଗ୍ରହଣକାରୀ ଆଇସିୟୁକୁ ଯିବା ସମ୍ଭାବନା ମାତ୍ର ୬ ପ୍ରତିଶତ ବୋଲି ସେ କହିଛନ୍ତି ।
ସେହିଭଳି ପିଲାଙ୍କୁ କରୋନା ସଂକ୍ରମଣ ନେଇ ସେ କହିଛନ୍ତି, ସର୍ଭେ ଅନୁସାରେ, ପିଲାଙ୍କୁ ସଂକ୍ରମଣ ହେଉଛି । ମାତ୍ର ତାର ମାତ୍ରା କମ୍ । ସେରୋ ସର୍ଭେ ଅନୁସାରେ ପିଲାଙ୍କୁ ସଂକ୍ରମଣ ହେଉଛି । କିନ୍ତୁ ଗୁରୁତର ନୁହେଁ । ସହରାଂଚଳରେ ୧୮ ବର୍ଷରୁ ଅଧିକ ଓ ୧୮ରୁ କମ୍ ପ୍ରାୟ ୭୯ ପ୍ରତିଶତ ପିଜିଟିଭିଟି । ଗ୍ରାମାଂଚଳରେ ୧୮ ବର୍ଷରୁ ଅଧିକ ୬୩ ପ୍ରତିଶତ ଓ ୧୮ ବର୍ଷରୁ କମ୍ ୫୬ ପ୍ରତିଶତ ପଜିଟିଭିଟି । ସର୍ଭେ ଅନୁସାରେ, ପିଲା ସଂକ୍ରମିତ ହେଉଥିଲେ ବି ଗୁରୁତର ହେଉନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking