28.1 C
Bhubaneswar
Friday, May 3, 2024
Homeଦେଶ ବିଦେଶବିଶ୍ୱର ସବୁଠୁ ଗଭୀରତମ ହ୍ରଦ

ବିଶ୍ୱର ସବୁଠୁ ଗଭୀରତମ ହ୍ରଦ

ନୂଆଦିଲ୍ଲୀ:   ଋଷର ସବୁଠୁ ଦୁର୍ଗମ ଓ ଥଣ୍ଡା ଅଂଚଳ ହେଉଛି ସାଇବେରିଆ । ସେଠାରେ ଦୁନିଆର ସବୁଠୁ ଅଜବ ଜୀବ ରହିଥାନ୍ତି । ଯାହାର ନାମ ହେଉଚି ବାଇକାଲ । ଏହାସହିତ ଏହା ହେଉଚି ଦୁନିଆର ସବୁଠୁ ପୁରାତନ ହ୍ରଦ । ଏହି ହ୍ରଦର ବିଶେଷତ୍ୱ ପାଇଁ ଏହାକୁ ପର୍ଲ ଅଫ ଋଷିଆ ବୋଲି ମଧ୍ୟ କୁହାଯାଏ । ଏହି ହ୍ରଦ ଯେତିକି ଗଭୀର ଏହାର ରହସ୍ୟ ମଧ୍ୟ ସେତିକି ଗଭୀର । ଏହାର ଆଖପାଖରେ ଏମିତି ଘଟଣା ମାନ ଘଟିଚି ଯାହାର ଖୁଲାସା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଏହା ୨୫ ମିଲିୟନ ବର୍ଷ ପୁରୁଣା ବୋଲି କୁହାଯାଏ । ଏହା କ୍ଷେତ୍ରଫଳ ହେଉଛି ୩୧ ହଜାର ୭୭୨ ବର୍ଗ କିଲୋମିଟର । ଦୁନିଆର ୨୦ ପ୍ରତିଶତ ସ୍ୱଚ୍ଛ ପାଣି ହେଉଛି ଏହି ହ୍ରଦର । ଏହା ହେଉଚି ଏକମାତ୍ର ହ୍ରଦ, ଯାହା ପୁରୁଣା ହେବା ପରେ ବି ଏଯାଏ ସୁରକ୍ଷିତ ରହିଛି । ପାଣି ଏତ ସ୍ୱଚ୍ଛ, ଯାହା ମୋତି ପରି ଚମକିଥାଏ । ଏହି ପାଣି ମଧ୍ୟରେ ଦୁର୍ଲଭ ଜଳଚର ପ୍ରାଣୀ ରହିଥାନ୍ତି । ୧୯୯୬ରେ ୟୁନେସ୍କୋ ଏହାକୁ ବିଶ୍ୱ ଧରୋହରର ମାନ୍ୟତା ଦେଇଥିଲା । ଏହି ହ୍ରଦକୁ ନେଇ ଅନେକ କାହାଣୀ ରହିଛି ।

ଦୁନିଆର ସବୁଠୁ ଅଧିକ ଗଭୀରତମ ହ୍ରଦ ଲେକ ବାଇକେଲ ୨୦୧୭ ମସିହାରେ ସଂକଟ ସମୟ ଦେଇ ଗତି କରୁଥିଲା । ସେଠାରେ ସରକାର ଏକ ବିଶେଷ ମାଛ ଧରିବା ଉପରେ ରୋକ ଲଗାଇଥିଲେ । ଯାହା ବର୍ଷ ବର୍ଷ ଧରି ସେଠାରେ ରହି ଆସୁଥିଲା । ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରୁଥିବା ଏହି ହ୍ରଦ ଗତ କିଛି ବର୍ଷ ଧରି ହାନିକାରଣ ଘଟଣା ସହ ଯୋଡି ହୋଇଛି । କିଛି ଘଟଣା ବୈଜ୍ଞାନିକମାନଙ୍କ  ପାଇଁ ରହସ୍ୟମୟ ମଧ୍ୟ ।
ଆଶ୍ଚର୍ଯ୍ୟ କରାଉଥିବା ଘଟଣା ମଧ୍ୟରେ ଅମୁଲ ମାଛ ଗାୟବ ହେବା, ସ୍ଥାନୀୟ ପ୍ରଜାତି ସ୍ପେଂଜଙ୍କ ମୃତ୍ୟୁ ଏଥିରେ ସାମିଲ ରହିଛି । ଋଷ ସାଇବେରିଆରେ ଥିବା ବାଇକଲ ହ୍ରଦରେ ଦୁନିଆର ୨୦ ପ୍ରତିଶତ ସ୍ୱଚ୍ଛ ପାଣି ରହିଛି ଏବଂ ୟୁନେସ୍କୋର ଧରୋହର ସୂଚୀରେ ବି ଏହା ସାମିଲ ।
ବାଇକେଲରେ ଥିବା ଉଚ୍ଚ ଜୈବ ବିବିଧତାରେ ୩୬୦୦ ଗଛ ଓ ଜୀବ ଜନ୍ତୁ ପ୍ରଜାତି ରହିଛନ୍ତି , ଯାହା ମଧ୍ୟରେ ଅଧିକାଂଶ ଏହି ହ୍ରଦରେ ସ୍ଥାନୀୟ ଭାବରେ ମିଳିଥାନ୍ତି । ଏହାଉପରେ କୌଣସି ନକରାତ୍ମକ ପ୍ରଭାବ ଯେପରି ନପଡିବ, ସେଥିପାଇଁ ଋଷ ମତ୍ସ୍ୟ ପାଳନ ବିଭାଗ ଅକ୍ଟୋବର ୨୦୧୭ରୁ ଓମୁଲ ମାଛ ଧରିବା ଉପରେ ରୋକ ଲଗାଇ ଦେଇଛନ୍ତି । ବିଭାଗ ଆହୁରି ମଧ୍ୟ କହିଛି, ବାଇକଲର ଜୈବ ଭାର ୧୫ ବର୍ଷ ଭିତରେ ୨୫ ମିଲିୟନ ଟନରୁ ହ୍ରାସ ପାଇ ୧୦ ମିଲିୟନ ଟନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking