28.3 C
Bhubaneswar
Sunday, May 12, 2024
Homeଖେଳବ୍ରାଜିଲ୍ ଷ୍ଟାର୍ ମାର୍ଟାଙ୍କ ଅବସର ଘୋଷଣା

ବ୍ରାଜିଲ୍ ଷ୍ଟାର୍ ମାର୍ଟାଙ୍କ ଅବସର ଘୋଷଣା

ସାଓ ପାଉଲୋ: ଛଅ ଥର ମହିଳା ବିଶ୍ୱକପ୍ ଖେଳିଥିବା ବ୍ରାଜିଲ୍ ଫୁଟ୍‌ବଲ୍ ଷ୍ଟାର୍ ମାର୍ଟା ଚଳିତବର୍ଷ ଶେଷରେ ଜାତୀୟ ଦଳରୁ ଅବସର ନେବାଲାଗି ଘୋଷଣା କରିଛନ୍ତି । ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ପ୍ୟାରିସରେ ହେବାକୁଥିବା ଅଲିମ୍ପିକ୍ସରେ ଖେଳିବା ତାଙ୍କର ଆଶା ରହିଛି । ଜାତୀୟ ଦଳ ତରଫରୁ ଏହା ହେବ ତାଙ୍କର ଅନ୍ତିମ ପ୍ରମୁଖ ଟୁର୍ଣ୍ଣାମେଣ୍ଟ । ତେବେ ସେ କ୍ଲବ୍ କ୍ୟାରିୟର ଜାରି ରଖିବେ କି ନା ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି । ମାର୍ଟା କହିଛନ୍ତି ସେ ପ୍ୟାରିସ ଗେମ୍ସ ଖେଳିବାକୁ ଚାହୁଁଛନ୍ତି, ଯାହା ତାଙ୍କର ୬ଷ୍ଠ ଅଲିମ୍ପିକ୍ ହେବ । ତାଙ୍କ ସହାୟତାରେ ବ୍ରାଜିଲ୍ ୨୦୦୪ ଓ ୨୦୦୮ରେ ରୌପ୍ୟ ଜିତିଥିଲା । ମାର୍ଟାଙ୍କ ପ୍ରଭାବୀ ପ୍ରଦର୍ଶନରେ ବ୍ରାଜିଲ୍ ଆହୁରି ମଧ୍ୟ ଦୁଇ ଥର ପାନ୍ ଆମେରିକାନ୍ ଗେମ୍ସ (୨୦୦୩ ଓ ୨୦୦୭) ଏବଂ ୩ଥର କୋପା ଆମେରିକା (୨୦୦୩, ୨୦୧୦ ଓ ୨୦୧୮) ଜିତିଥିଲା । ସେ ହେଉଛନ୍ତି ବ୍ରାଜିଲର ଅଗ୍ରଣୀ ଗୋଲ ସ୍କୋରର । ୧୭ ଗୋଲ ସହ ସେ ମହିଳା ବିଶ୍ୱକପ୍‌ର ଟପ୍ ସ୍କୋରର ହେବାର ଗୌରବ ଅର୍ଜନ କରିଛନ୍ତି । ହେଲେ ସେ ଥରେ ହେଲେ ବିଶ୍ୱକପ୍ ଜିତିପାରି ନାହାନ୍ତି । ୨୦୦୭ରେ ଚୀନ୍‌ରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲ୍‌ରେ ଜର୍ମାନୀଠାରୁ ହାରି ବ୍ରାଜିଲ ରନରଅପ୍ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking