29.1 C
Bhubaneswar
Saturday, May 11, 2024
Homeଓଡିଶାପୃଥକ ଦୁର୍ଘଟଣାରେ ୨ ମୃତ

ପୃଥକ ଦୁର୍ଘଟଣାରେ ୨ ମୃତ

ଫୁଲନଖରା: ସଦର ଥାନା ଅଞ୍ଚଳରେ ସଂଗଠିତ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେମାନେ ହେଲେ ଗଙ୍ଗେଶ୍ୱରଗଡ଼ର ପ୍ରଫୁଲ୍ଲ କୁମାର ପାତ୍ର (୬୨) ଓ ଖଣ୍ଡାଏତା ଗ୍ରାମର ସୁରେନ୍ଦ୍ର ପ୍ରଧାନ (୬୩) । ପ୍ରକାଶ ଯେ ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର ପଞ୍ଚବଟୀ ବଜାରଠାରେ ପ୍ରଫୁଲ୍ଲଙ୍କୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ନିକଟସ୍ଥ ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ପ୍ରତାପନଗରୀ-କୋରକରା କେନାଲବନ୍ଧ ରାସ୍ତାର ଖଣ୍ଡାଏତା ମହାଦେବସାହି ନିକଟରେ ସୁରେନ୍ଦ୍ର ରାସ୍ତା ଅତିକ୍ରମ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟସ୍ତବହୁଳ ଫୁଲନଖରା-ନିଆଳି ରାସ୍ତାରେ ଗତ ୩ ମାସ ମଧ୍ୟରେ ଏ ପର୍ଯ୍ୟନ୍ତ ୫ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେହିପରି ପ୍ରତାପନଗରୀ-କୋରକରା କେନାଲବନ୍ଧ ରାସ୍ତାରେ ସଂଖ୍ୟାଧିକ ଭାରୀଯାନ ଅତି ଦ୍ରୁତବେଗରେ ଚଳାଚଳ କରିବା ଓ ତତଜ୍ଜନିତ ଦୁର୍ଘଟଣା ଯୋଗୁଁ ଅଦ୍ୟାବଧି ୬ ଜଣଙ୍କ ଶୋଚନୀୟ ମୃତ୍ୟୁ ହେଲାଣି । ଅପରପକ୍ଷରେ ଦୁର୍ଘଟଣାପ୍ରବଣ ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରାଠାରୁ ଗୋପାଳପୁର ମାତ୍ର ୮ କିଲୋମିଟର ବ୍ୟବଧାନରେ ଗତ ୩ ମାସ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking