37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବାଦଲ ଫଟା ବର୍ଷାରେ ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ବାଦଲ ଫଟା ବର୍ଷାରେ ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ହାଇଦ୍ରାବାଦ: ଲଗାଣ ବର୍ଷାରେ ଉବୁଟୁବୁ ହାଇଦ୍ରାବାଦ । ଅଦିନିଆ ବର୍ଷା ଯୋଗୁଁ ଚାଲିଗଲା ମୂଲ୍ୟବାନ ଜୀବନ । ମଙ୍ଗଳବାର ହାଇଦ୍ରାବାଦରେ ବାଦଲଫଟା ଲଗାଣ ବର୍ଷା କାରଣରୁ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ୧୦ଜଣ ଅନ୍ୟ ରାଜ୍ୟର ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଓଡିଶାରୁ ମୋଟ ୪ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗତ କିଛିଦିନ ହେବ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ମାଡି ଆସିଥିଲା ବର୍ଷା । ଚାରିଆଡେ ଆଣ୍ଠୁଏ ଲେଖାଏଁ ପାଣି ହେବା ସହିତ ବିଜୁଳି, ଘଡଘଡି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା । ଏହାରି ଭିତରେ ହାଇଦ୍ରାବାଦ ସହରର ବଚୁଆଲ୍ଲୀ ଅଞ୍ଚଳରେ ଏହି ଦୁର୍ଘଟଣା ଦୁର୍ଘଟଣା ଘଟିଥିଲା । କୌଶଲ୍ୟା କୋଲନୀରେ କାନ୍ଥ ପଡିଯିବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିଲେ ।

ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୩୦ରୁ ୪୦ ଫୁଟ ଉଚ୍ଚତା ବିଶିଷ୍ଟ କାନ୍ଥ କରାଯାଇଥିବା ବେଳେ ବାଦଲ ଫଟା ବର୍ଷାରେ ଭୁଶୁଡି ପଡିଥିଲା ଘରର ମୂଳଦୂଆ । ଫଳରେ ଚାପି ହୋଇ ସାତଜଣ ପ୍ରାଣ ହରାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଓଡିଶାରୁ ୨ଜଣ ରହିଥିବା ନେଇ ହାଇଦ୍ରାବାଦ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଶଙ୍ଖଦେବ ଗୌଡ(୧୮) ଏବଂ ଶ୍ରୀପତି ମାଝି(୨୩) । ତେବେ ସେମାନେ ଏହି କୋଠାରେ କାମ କରୁଥିବା ସୂଚନା ରହିଛି । ଏନେଇ କୁକଟପଲି ଏସପି ଶ୍ରୀନିବାସ ରାଓ ଏବଂ ବାଚୁପାଲି ଇନସିପେକ୍ଚର ଉପେନ୍ଦ୍ର ରାଓ କହିଛନ୍ତି, “ଘର ନିର୍ମାଣରେ ଅବହେଳା କାରଣରୁ ମୂଳଦୁଆ ଭୁଶୁଡି ପଡିଥିଲା । ଏନେଇ ଏକ ମାମଲା ରୁଜୁ କରାଯାଇଛି ।

ସେହିପରି ଚାର୍ମିନାରର ଜାହିରା ବେଗମ(୪୭) ମଙ୍ଗଳବାର ସନ୍ଧ୍ୟାରେ ପରିବା ଆଣିବାକୁ ଆସିଥିବା ବେଳେ ତାଙ୍କ ଉପରେ ୱେଲକମ୍ ଆର୍ଚ ଗଳି ପଡିଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।” ହାତୟନଗରର ମୁଦିରାଜ କଲୋନୀର ଅଞ୍ଜଳି ପେଦାମ୍ବରପେଟ ଅଞ୍ଚଳରୁ ଅଳିଆ ସଂଗ୍ରହ ପାଇଁ ଅଟୋରେ ନିଜର ୩ଜଣ ଛୁଆଙ୍କୁ ନେଇ ଯାଇଥିଲେ । ତେବେ ରାତିରେ ଝଡ ପବନ ହେବା କାରଣରୁ ତାର ଛିଣ୍ଡି ପଡିଥିଲା । ଏହାକୁ ଦେଖି ଅଞ୍ଜଳି ନିକଟସ୍ଥ ନିର୍ମାଣ ଶ୍ରମିକଙ୍କୁ ଡାକିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ୫ ବର୍ଷର ପୁଅ ଶିବଶଙ୍କର ଅଟୋରୁ ଓହ୍ଲାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରାଣ ଚାଲିଯାଇଥିଲା । ସେହିପରି ରାଙ୍ଗାରେଡି ଜିଲ୍ଲାରେ ଶେଖ ପରଭେଜ(୪୦) ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ପ୍ରାଣ ହରାଇଥିଲେ । ବିହାରର ଧର୍ମେନ୍ଦ୍ର କୁମାର ଯାଦବ (୩୩) ଚାନ୍ଦନଗରରେ ଏକ ଚା ଦୋକାନ କରିଥିବା ବେଳେ ତାର ଛିଣ୍ଡି ତାଙ୍କର ମୃତ୍ୟୁ ହୋଇଥିଲା । ମୁସାରାମବାଗ ମେଟ୍ରୋ ଷ୍ଟେସନ ନିକଟରେ ୪୫ ବର୍ଷୀୟ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ସେ ହଠାତ ପଡିଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking