25.8 C
Bhubaneswar
Saturday, July 27, 2024
Homeଅପରାଧବରଗଡରେ ନିର୍ବାଚନୀ ହିଂସା : ଜଣେ ମୃତ

ବରଗଡରେ ନିର୍ବାଚନୀ ହିଂସା : ଜଣେ ମୃତ

ବରଗଡ : ରାଜ୍ୟରେ ଆଜି ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ବୁଥ ମାନଙ୍କରେ ଲାଗିଛି ଗହଳି।  ତେବେ ବରଗଡ଼ରୁ ଆସିଛି ଦୁଃଖଦାୟକ ଘଟଣା ଅଟୋ ଚାଳଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ସଦର ଥାନା ସରସରା ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡି । କିଛି ଭୋଟରଙ୍କୁ ଧରି ଅଟୋ ଚାଳକ ଯିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଜଣେ ଅଟୋ ଚାଳକଙ୍କୁ ଏକ ଗୋଷ୍ଠୀ ଭୁଜାଲି ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ବିଶ୍ୱନାଥ ମିର୍ଦ୍ଧା ବୋଲି ଜଣାପଡ଼ିଛି। ଘଟଣା ପରେ ଆଇଜି ହିମାଂଶୁ ଲାଲ ଓ ବରଗଡ଼ ଏସପି ପ୍ରହଲ୍ଲାଦ ସାଇ ମିନା ଗାଁରେ ପହଞ୍ଚିଛନ୍ତି। ନିର୍ବାଚନ ସମୟରେ ବିଶ୍ୱନାଥ ଭୋଟରଙ୍କୁ ଅଟୋରେ ମତଦାନ କେନ୍ଦ୍ରକୁ ନେଉଥିବା ବେଳେ ଏକ ଗୋଷ୍ଠୀ ବିରୋଧ କରିବା ସହ ଆକ୍ରମଣ କରିଥିବା ପରିବାର ଲୋକ କହିଛନ୍ତି। ଏହି ଘଟଣା ଭିଆଇ ଥିବା ଅଭିଯୁକ୍ତଙ୍କ ନାଁ ଅଶୋକ ମହାନନ୍ଦ । ହତ୍ୟା କରିଥିତବା ବ୍ୟକ୍ତି ଜଣଙ୍କ ଜେଲ୍ ଫେରନ୍ତା ବୋଲି ସୂଚନା ମିଳିଛି । ତେବେ ସେ ୪ ଦିନ ତଳୁ ଜେଲରୁ ଫେରିଥିଲେ । ପୂର୍ବଶତ୍ରୁନା ନେଇ ଏପରି ହତ୍ୟାକାଣ୍ଡ ହୋଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ ଅଧିକ ତଦନ୍ତ କରୁଛନ୍ତି ଏସପି ଓ ଉତ୍ତରାଞ୍ଚଳ ଆଇଜି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ବେରୁଆବାଡୀ ଗାଁର ୪୭ନଂ ବୁଥରେ ଗଣ୍ଡଗୋଳ ହୋଇଥିଲା । ଏଠାରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉଥିବା ନେଇ ସୂଚନା ମିଳିଥିଲା। ବୁଥ ଭିତରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଥିଲା । ବୁଥ୍ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ବିଜେପି କର୍ମୀ ଅଟକାଇବା ବେଳେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି, ଧସ୍ତାଧସ୍ତି ହୋଇଥିଲେ । ଘଟଣାସ୍ଥଳରେ ତାରାସିଂ ପୋଲିସ ପହଞ୍ଚି ପରିସ୍ଥିତି ମିୟନ୍ତ୍ରଣ କରିଥିଲା । ତେବେ ଆଜି ୫ ଲୋକସଭା ଆସନ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟିଂ ଚାଲିଛି। ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଥିଲା । ୫ ଲୋକସଭା ଆସନ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ ହୋଇଛି। ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୯.୮୬% ଭୋଟିଂ ହୋଇଛି। ବଲାଙ୍ଗିରରେ ସର୍ବନିମ୍ନ ୪.୯୬% ମତଦାନ ହୋଇଛି। ରାଜ୍ୟରେ ଆଜି ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ବୁଥ ମାନଙ୍କରେ ଲାଗିଛି ଗହଳି। ଆଜି ୫ ଲୋକସଭା ଆସନ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟିଂ ଚାଲିଛି। ଏହି ୫ ସଂସଦୀୟ କ୍ଷେତ୍ରରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୦ଲକ୍ଷ ୩୩ ହଜାର ୯୯୨ ପୁରୁଷ, ୩୯ ଲକ୍ଷ ୩୫ ହଜାର ୪୪ ମହିଳା ଭୋଟର ଏବଂ ୮୫୧ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ସେହିପରି ୨ ଲକ୍ଷ ୧୩ ହଜାର ୧୨୯ ଜଣ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ବେଳେ ୧୬ ଲକ୍ଷ ୯୮ ହଜାର ୫୧୬ ଜଣ ଯୁବ ତଥା ୨୦ରୁ ୨୯ ବର୍ଷ ବୟସର ଭୋଟର ଅଛନ୍ତି। ଏହି ପର୍ୟ୍ୟାୟରେ ଭୋଟ ପାଇଁ ୯ ହଜାର ୧୪୮ ମତଦାନ କେନ୍ଦ୍ର ରହିଛି। ଏଥିମଧ୍ୟରୁ ୧ ହଜାର ୯୦ଟି ସହରାଞ୍ଚଳ ଏବଂ ୮ ହଜାର ୫୮ଟି ଗ୍ରାମାଞ୍ଚଳରେ ରହିଛି। ୧ହଜାର ୪୧ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ଓ ୨୫ଟି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ। ୧ହଜାର ୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ତେବେ ଏହି ପର୍ୟ୍ୟାୟରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking