33.1 C
Bhubaneswar
Saturday, May 11, 2024
Homeଖେଳମ୍ୟାକ୍‌ଗର୍କଙ୍କୁ ଷ୍ଟାଣ୍ଡିଂ ଓଭେସନ୍

ମ୍ୟାକ୍‌ଗର୍କଙ୍କୁ ଷ୍ଟାଣ୍ଡିଂ ଓଭେସନ୍

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ୨୬୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଓପ୍ନର୍ ଜ୍ୟାକ୍ ଫ୍ରେଜର୍‌-ମ୍ୟାକ୍‌ଗର୍କ ଧୂଆଁଧାର ଇନିଂସ୍ ଖେଳି ଟିମ୍‌କୁ ଗୁରୁତ୍ୱପୂର୍ଣ୍ଣ ବିଜୟ ଦେଇଛନ୍ତି । ୩୧୧ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରୁଥିବା ମ୍ୟାକ୍‌ଗର୍କ ଚତୁର୍ଥ ଓଭର୍‌ରେ ମାତ୍ର ୧୫ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚ୍‌ରେ ସେ ୨୭ ବଲ୍‌ରେ ୧୧ ଚୌକା ଓ ୬ ଛକା ସହାୟତାରେ ୮୪ ରନ୍‌ର ଇନିଂସ୍ ଖେଳିଥିଲେ । ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ତାଙ୍କର ଏହି ଇନିଂସ୍‌କୁ ମନଭରି ଉପଭୋଗ କରିଥିଲେ । ସେ ଯେତେବେଳେ ଆଉଟ୍ ହୋଇ ଫେରିଥିଲେ ହଜାର ହଜାର ଦର୍ଶକ ତାଙ୍କ ସମ୍ମାନରେ (ଷ୍ଟାଣ୍ଡିଂ ଓଭେସନ୍‌) ଛିଡ଼ାହୋଇ ତାଳି ବଜାଇଥିଲେ । ଏହା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ପଦାର୍ପଣ ଆଇପିଏଲ୍ ଖେଳୁଥିବା ମ୍ୟାକ୍‌ଗର୍କ ଇତିମଧ୍ୟରେ ତିନିଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ମ୍ୟାକ୍‌ଗର୍କ ଦ୍ରୁତ ଅର୍ଦ୍ଧଶତକ ହାସଲକାରୀ ହୋଇଥିବା ବେଳେ ଆଇପିଏଲ୍ ଇତିହାସରେ ୧୫ କିମ୍ବା ତା’ଠାରୁ କମ୍ ବଲ୍‌ରେ ଦୁଇଥର ଅର୍ଦ୍ଧଶତକ ହାସଲ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking