28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଦୁଷ୍ୟନ୍ତଙ୍କ ଟେନ୍‌ସନ୍ ବଢ଼ାଇଲା ଦଳଗତ ବିଦ୍ରୋହ; ବିଜେପି ସମ୍ପର୍କରେ ଜେଜେପିର ୪ ବିଧାୟକ

ଦୁଷ୍ୟନ୍ତଙ୍କ ଟେନ୍‌ସନ୍ ବଢ଼ାଇଲା ଦଳଗତ ବିଦ୍ରୋହ; ବିଜେପି ସମ୍ପର୍କରେ ଜେଜେପିର ୪ ବିଧାୟକ

ଚଣ୍ଡିଗଡ: ଜନନାୟକ ଜନତା ପାର୍ଟି (ଜେଜେପି)ରେ ବିଦ୍ରୋହ ଦେଖାଦେଇଛି । ଦଳର ୪ ବିଧାୟକ ଏବେ ବିଜେପି ସଂସ୍ପର୍ଶରେ ଥିବା ଜଣାପଡିବା ପରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ଟେନ୍‌ସନ୍ ବଢ଼ିଯାଇଛି । ତେବେ ନିଜ ଦଳର ୪ ବିଧାୟକଙ୍କ ଏପ୍ରକାର ବିଦ୍ରୋହ ଏପରି ସମୟରେ ଆସିଛି ଯେତେବେଳେ ଆବଶ୍ୟକ ସଂଖ୍ୟା ଅଭାବରୁ ହରିଆଣାରେ ବିଜେପି କ୍ଷମତାଚ୍ୟୁତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।
ପ୍ରକାଶ, ନିକଟରେ ବିଜେପି ସରକାରକୁ ସମର୍ଥନ ଦେଇଥିବା ୭ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୩ଜଣ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ ଏବଂ କଂଗ୍ରେସକୁ ସମର୍ଥନ ଦେଇଥିଲେ । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀଙ୍କ ପାଇଁ ଫ୍ଲୋରଟେଷ୍ଟ ଦେବା ଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ନିଜେ ଦୁଷ୍ୟନ୍ତ ମଧ୍ୟ ଏବେ ବିରୋଧୀ ମେଣ୍ଟରେ ଥିବାରୁ ସେ ନିଜେ ବିଜେପିକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଦାବି କରିଆସୁଥିଲେ । ତେବେ କିନ୍ତୁ ଏବେ ବାଜି ପଲଟିଯାଇଛି । ଜେଜେପିର ଏହି ୪ ବିଧାୟକ ଆଜି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଥିବା ସୂଚନା ମିଳିଛି । ପାନିପତ୍‌ରେ ଥିବା ରାଜ୍ୟର ମନ୍ତ୍ରୀ ମହିପାଲ ଧଣ୍ଡାଙ୍କ ଘରେ ଏହି ଭେଟଘାଟ ହୋଇଥିଲା । ଖଟ୍ଟର ଓ ଧଣ୍ଡାଙ୍କ ଉପସ୍ଥିତିରେ ଜେଜେପିର ୪ ଜଣ ବିଧାୟକ ପ୍ରାୟ ୩୦ ମିନିଟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେବେ ବାହାରେ ଅପେକ୍ଷା କରିଥିବା ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସେମାନେ ଚାଲିଯିବାରୁ କିଛି ସ୍ପଷ୍ଟ ହୋଇପାରିନି । ତେବେ ଅନୁମାନ କରାଯାଉଛି ଏହି ୪ ଜେଜେପି ବିଧାୟକ କ୍ଷମତାସୀନ ବିଜେପି ସମର୍ଥନରେ ଆସି ପାରନ୍ତି । ସେମାନଙ୍କ ସହ ଆଉ କିଛି ଜେଜେପି ବିଧାୟକ ମଧ୍ୟ ବିଜେପି କ୍ୟାମ୍ପକୁ ଆସିବାର ସମ୍ଭାବନା ରହିଛି । ଏହାକୁ ନେଇ ଏବେ ଜେଜେପିରେ ଏହାକୁ ନେଇ କମ୍ପନ ଦେଖିବାକୁ ମିଳିଛି ।
ପ୍ରକାଶ, ଗୋଟିଏ ସମୟରେ ବିଜେପି-ଜେଜେପି ମେଣ୍ଟ ରାଜ୍ୟରେ ସରକାର ଗଠନ କରିବା ଦେଖିବାକୁ ମିଳିଥିଲା । କିନ୍ତୁ ହଠାତ୍ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ୧୦ ବିଧାୟକ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ଏହାପରେ ପରେ ବିଜେପି, କିଛି ସ୍ୱାଧୀନ ବିଧାୟକଙ୍କୁ ନେଇ ସରକାର ବଞ୍ଚାଇବାରେ ଯେନତେନ ପ୍ରକାରେ ସଫଳ ହୋଇଯାଇଥିଲା । କିନ୍ତୁ ନିକଟରେ ଆଉ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ନାଏବ ସିଂହ ସୈନି ସରକାରରୁ ଓହରି ଯିବାରୁ ବିଜେପି ଅକଳରେ ପଡ଼ି ଯାଇଛି । ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିବା ଦାବି କରି ଦୁଷ୍ୟନ୍ତ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking