31.1 C
Bhubaneswar
Monday, May 6, 2024
Homeଓଡିଶାମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀ ମୃତ, ବହୁ ଅସ୍ତ୍ରଶସ୍ତ୍ର ଜବତ

ମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀ ମୃତ, ବହୁ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିର : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲା ଓ ବସ୍ତର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଆଜି ସକାଳେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ଉଭୟ ଜିଲ୍ଲାର ଚାନ୍ଦାମେଟା, ପଟେଲପାରା, ଗଦମେପାରା, ଅଣ୍ଡାଲପାରା, ଦୁଳସୀ ଡୋଗ୍ରୀ ଓ କୁମାକୋଲେଙ୍ଗ ଜଙ୍ଗଲରେ ଦରଭା ଡିଭିଜନର ଗାଙ୍ଗେରଘାଟି ଏରିଆ କମିଟିର ମାଓବାଦୀମାନେ ଏକ ଶିବିର କରିଥିବା ଖବର ପାଇବା ପରେ ସିଆର୍‌ପିଏଫ୍‌ର ୮୦ ବାଟାଲିୟନ ଓ ବସ୍ତର ଜିଲ୍ଲାର ଡିଆରଜି, ଦାନ୍ତେୱାଡ଼ା ଜିଲ୍ଲାର ଡିଆରଜି ଓ ସୁକୁମା ଜିଲ୍ଲା ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷା କର୍ମୀଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରେ ଗୁଳି ଚାଳନା କରିଥିଲେ । ଏହାର ପ୍ରତିଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । କିଛି ଘଣ୍ଟା ଉଭୟ ପକ୍ଷରୁ ଗୁଳିଚାଳନା ପରେ ଜଙ୍ଗଲ ସୁବିଧା ନେଇ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ତଲାସୀ କରିବା ବେଳେ ଜଣେ ମହିଳା ମାଓବାଦୀର ମୃତଦେହ ଉଦ୍ଧାର କରିଥିବା ସହ ଘଟଣାସ୍ଥଳରୁ ଏକ ଏ.କେ-୪୭ ରାଇଫଲ, ୨ ଟି ପିସ୍ତଲ, ଗୋଟିଏ ୧୨ ବୋର ବନ୍ଧୁକ, ଗୋଟିଏ ଭରମାର ବନ୍ଦୁକ ଓ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking