28.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶ୧୪ ବର୍ଷ ଝିଅ ସହ ବାପା ଯାହା କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

୧୪ ବର୍ଷ ଝିଅ ସହ ବାପା ଯାହା କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଲକ୍ଷ୍ନୌ: ସୈତାନ ସାଜିଲା ବାପା । ସାମାଜିକ ଚାଲିଚଳଣରୁ ଓହରି କଲା ଘୃଣ୍ୟ କାର୍ଯ୍ୟ । ୧୪ ବର୍ଷର ଝିଅକୁ ବାରମ୍ବାର ଦୁଷ୍କର୍ମ କରିଆସୁଥିବା ବେଳେ କାହାକୁ ନ ଜଣାଇବା ଲାଗି ଦେଉଥିଲା ଧମକ । ହେଲେ ଏହି ସୈତାନ ବାପାର ପାପର ଭଣ୍ଡାର ପୁରିଛି । ପୀଡ଼ିତାର ମାଆଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ପିତାକୁ ପୋଲିସ ଗିରଫ କରିଛି । ଏଭଳି ଏକ ଘୃଣ୍ୟକାଣ୍ଡ ଉତ୍ତର ପ୍ରଦେଶ ବିଜନୌର ଜିଲ୍ଲାରୁ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ବିଜନୌର ପୋଲିସ ନିକଟରେ ଗତ ୨୫ ତାରିଖରେ ଏଭଳି ଅଭିଯୋଗ ଆଣି ପହଞ୍ଚିଥିଲେ ଜଣେ ମହିଳା । ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ୧୪ ବର୍ଷର ହୋଇଥିବା ବେଳେ ଦଶମ ଶ୍ରେଣୀର ପଢୁଛି । ଅନେକ ଦିନ ଧରି ସେ ବେଶ ଚୁପଚାପ ରହୁଥିଲା । ତାର ଆଚାର ବ୍ୟବହାର ମଧ୍ୟ ଅସାଧାରଣ ଥିଲା । ଏହାପରେ ମହିଳାଙ୍କ ସନ୍ଦେହ ହୋଇଥିଲା ।

ଝିଅକୁ ପଚାରି ବୁଝିବା ପରେ ବାପାର ପାପ ପେଡି ଖୋଲିଥିଲା । ଏହାପରେ ତୁରନ୍ତ ମହିଳା ଜଣକ ସ୍ୱାମୀ ନାଁରେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି । ତେବେ ପୀଡ଼ିତା ଜଣକ ଏଭଳି କାର୍ଯ୍ୟକୁ ରୋକିବା ଲାଗି ବହୁ ଉଦ୍ୟମ କରୁଥିଲେ ସୁଦ୍ଧା ଅଭିଯୁକ୍ତ ପିତା ତାକୁ ଧମକ ଚମକ ଦେଇ ଆସୁଥିଲା । ଭୟରେ ପୀଡ଼ିତା ଜଣକ ନିଜ ମାଆକୁ କହିବାକୁ ସାହାସ କରିପାରୁନଥିଲା । ପୋଲିସ ମହିଳାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ପିତାକୁ ଗିରଫ କରିବା ପରେ ଜେଲକୁ ପଠାଇଛି । ଥାନା କ୍ଷେତ୍ରୀୟ ଅଧିକାରୀ ସଂଗ୍ରାମ ସିଂହ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ କ୍ରମେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏଭଳି ସମାନ ଘଟଣା ବିହାରର ବାଙ୍କା ରଜୌନ ଥାନା ଅଧିନସ୍ଥ ଏକ ଗାଁରେ ଚଳିତ ମାସ ୧୬ ତାରିଖରେ ଦେଖିବାକୁ ମିଳିଥିଲା । ଅଭିଯୁକ୍ତ ପିତା ଗତ ୪ରୁ ୫ ବର୍ଷ ଧରି ନିଜ ଦୁଇ ଝିଅଙ୍କ ଚରିତ୍ର ସଂହାର କରୁଥିଲା । କୈଳାଶ ସତ୍ୟାର୍ଥୀ ଚାଇଲ୍ଡ ଫାଉଣ୍ଡେସନର ସହଯୋଗୀ ସଂସ୍ଥା ମୁକ୍ତ ନିକେତନକୁ ଏକ ବିଶେଷ ସୂତ୍ରରୁ ଏ ନେଇ ଖବର ମିଳିଥିଲା । ପିତା ଗତ ୪ରୁ ୫ ବର୍ଷ ଧରି ନିଜ ଦୁଇ ଝିଅଙ୍କୁ ଦୁଷ୍କର୍ମ କରୁଥିଲା । ପୋଲିସ ଉକ୍ତ ଗାଁରେ ପହଞ୍ଚି ନାଟକୀୟ ଢଙ୍ଗରେ ଅଭିଯୁକ୍ତକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking