32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶହମାସ ଆକ୍ରମଣରେ ୧୯ ମୃତ

ହମାସ ଆକ୍ରମଣରେ ୧୯ ମୃତ

ନୂଆଦିଲ୍ଲୀ :ଚାଲୁ ରହିଛି ଇସ୍ରାଏଲ-ହମାସ ଯୁଦ୍ଧ। କେରିମ ଶାଲୋନ ସୀମାରେ ମାରାତ୍ମକ ରକେଟ ଆକ୍ରମଣ ପାଇଁ ହମାସ ନିଜକୁ ଦାୟୀ କରିବା ପରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ। ଏହି ଆକ୍ରମଣ ସହ ପୁଣି ଥରେ ଯୁଦ୍ଧ ପରିସ୍ଥିତି ଘନେଇଛି। ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଶେଷ ପର୍ଯ୍ୟାୟ ଆଲୋଚନା ସରିବା ପରେ ଏହି ଆକ୍ରମଣ ହୋଇଛି। କେରିମ ଶାଲୋନ ସୀମାରେ ହୋଇଥିବା ରକେଟ ମାଡ଼ରେ ଇସ୍ରାଏଲର ତିନି ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପାଇଁ ହମାସ ନିଜକୁ ଦାୟୀ କରିବା ପରେ ରାଫା ସହର ଉପରେ ଆକ୍ରମଣ କରିଛି ଇସ୍ରାଏଲ। ମିଡିଆ ରିପୋର୍ଟ ଅନୁସାରେ, ହମାସ ଆକ୍ରମଣରେ ପ୍ରାୟ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ପ୍ରତିଆକ୍ରମଣ ସହ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି ଇସ୍ରାଏଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking