35.1 C
Bhubaneswar
Wednesday, May 8, 2024
Homeଓଡିଶାଆବାସ ଯୋଜନା ସାତସପନ

ଆବାସ ଯୋଜନା ସାତସପନ

ଢେଙ୍କାନାଳ : ରାଜ୍ୟ ସରକାର ପ୍ରଚଳନ କରିଛନ୍ତି ମାଳ ମାଳ ଯୋଜନା ହେଲେ ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ, ଅସହାୟ ଓ ଦିନ ମଜୁରିଆ ଲୋକମାନଙ୍କ ପାଇଁ ଏହା ସାତସପନ । ସମାଜରେ ସେରକାରୀ ଯୋଜନାକୁ ଅଫିସର, ନେତାମାନଙ୍କୁ ଧରି ବାଟମାରଣା କରି କିଏ ଗୋଟିଏ ପରିବାରର ସଦସ୍ୟଙ୍କ ନାମରେ ବାରମ୍ବାର ଆବାସ ଯୋଜନା ନେଇ ଦୁଇ ମହଲା ଘର କଲାଣିତ କିଏ ଆବାସ ଯୋଜନାରୁ ବଞ୍ଚିତ ହୋଇ ରାତିରେ ତାରା ଗଣୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମରେ ।

ମିଳିଥିବା ସଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦ ପ୍ରସାଦ ଗ୍ରାମରେ ବାସ କରନ୍ତି ଗିତାଞ୍ଜଳି ସାମଲ । ଗିତାଞ୍ଜଳି ସାମଲଙ୍କ ଗୁହାରି କେହି ଶୁଣୁନଥିବା ଦେଖିବାକୁ ମିଳିଛି । ଏପରିକି ଦିନରେ ଘରେ ଶୋଇଲେ ସୁର୍ଯ୍ୟଙ୍କ କିରଣ ସିଧାସଳଖ ଆସି ଦେହରେ ପଡିବା ରାତିରେ ଜହ୍ନ, ତାରା ଗଣିବାକୁ ପଡିଥାଏ । ତାଙ୍କ ସ୍ୱାମୀ ଜଣେ ଶ୍ରମିକ ଶ୍ରେଣୀର ଲୋକ । ସେ କାମ ଧନ୍ଦା କରି ଯେଉଁ ଦି ପଇସା ରୋଜଗାର କରିଥାନ୍ତି ସେଥିରୁ ସେ ନିଜ ପେଟ ପୋସିବା ସହିତ ତାଙ୍କର ଦୁଇଟି ସନ୍ତାନ କୁ ଚଳାଇଥାନ୍ତି । ଯେତିକି ପଇସା ରୋଜଗାର କରିଥାନ୍ତି ସେଥିରୁ ସେମାନେ ବଚିଂବା କଷ୍ଟକର ହୋଇପଡୁଥିବାରୁ ସେ ଘରର ଛପର କରିପାରୁନାହାନ୍ତି । ତେବେ ଏହିଭଳି ଭାବରେ ବସବାସ କରୁଥିବା ଲୋକ ମାନଙ୍କ ପ୍ରତି ସରକାରଙ୍କ ହତାଦରକୁ ସାଧାରଣରେ ନିନ୍ଦା ପ୍ରକାଶ ପାଉଛି । ତେଣୁ ଗିତାଞ୍ଜଳିଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଆବାସ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking