28.1 C
Bhubaneswar
Saturday, April 27, 2024
Homeଓଡିଶାକପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ “ହିରୋ”ର ମୃତ୍ୟୁ

କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ “ହିରୋ”ର ମୃତ୍ୟୁ

ଢେଙ୍କାନାଳ : କପିଳାସ ପ୍ରାଣୀ ଉଦ୍ୟାନର ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ୪ ବର୍ଷର ହାତୀଛୁଆ “ହିରୋ”ର ଗତକାଲି ମୃତ୍ୟୁ ଘଟିଛି । ହଠାତ୍ ହିରୋର ଶରିର ଖରାପ ସହ ତା”ର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ୍ୟୁର କାରଣ ଜଣାପଡିନଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚନ୍ଦ୍ର ଗୋଗିନେନୀ ସୁଚନା ପ୍ରଦାନ କରିଛନ୍ତି । ମିଳିଥିବା ସୁଚନାରୁ, ଏକ ଦନ୍ତା ହାତୀ ୨୦୧୯ ମସିହାରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବାବରା ବନଖଣ୍ଡର ସହଯୋଗରେ ୧ ବର୍ଷ ତିନି ମାସର ହାତୀଛୁଆ ଉଦ୍ଧାର କରାଯାଇଥିଲା ।

ପରେ ତାକୁ ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ଧାର କେନ୍ଦ୍ର ରଖାଯାଇଥିଲା । ତେବେ ଢେଙ୍କାନାଳ କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ୪ ବର୍ଷର ହାତୀ ଛୁଆ “ହିରୋ”ର ମୃତ୍ୟୁ ଘଟିଛି । ମୃତ ହାତୀଛୁଆଟି ଗୋଟିଏ ଦନ୍ତାହାତୀ ବୋଲି ଜଣାପଡିଛି । ମୃତ୍ୟୁର କାରଣ ଜଣାପଡିନାହିଁ । ଗତକାଲି ଅଚାନକ ତାର ମୃତ୍ୟୁ ଘଟିଥିବା ବିନବିଭାଗ ତରଫରୁ ସୁଚନା ମିଳିଛି । ତେବେ ତା’ର ମୃତଦେହକୁ ବ୍ୟବଛେଦ ପରେ ମୃତ୍ୟୁର କାରଣ ନେଇ ପରୀକ୍ଷା ଚାଲିଛି । ମୃତ୍ୟୁ ବେଳକୁ ହାତୀଛୁଆ ଟିର ବୟସ ୪ ବର୍ଷ ହୋଇଥିଲା । ତେବେ ହିରୋର ମୃତ୍ୟୁ ପରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ର ଆଉ ୪ଟି ହାତୀଛୁଆ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking