29.1 C
Bhubaneswar
Wednesday, May 8, 2024
Homeଓଡିଶାକଟକଣା ଭିତରେ କପିଳାସ ପ୍ରାଣୀ ଉଦ୍ୟାନ

କଟକଣା ଭିତରେ କପିଳାସ ପ୍ରାଣୀ ଉଦ୍ୟାନ

ଗଁଦିଆ : ମହାମାରୀ କରୋନାର ଦ୍ୱିତୀୟ ଲହର ତା’ର କାୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କେତେକ ରାଜ୍ୟରେ ବନ୍ୟପ୍ରାଣୀ ମାନଙ୍କୁ କବଳିତ କରୁଥବା ଜଣାପଡିବା ପରେ ଜିଲ୍ଲାରେ ଚିନ୍ତା ବଢିବାରେ ଲାଗିଛି । ଏଥି ନିମନ୍ତେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ତରଫରୁ ସମସ୍ତ ପ୍ରାଣୀ ଉଦ୍ୟାନ୍ ଗୁଡିକୁ ନିର୍ଦ୍ଦେଶ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳ ତଥା କପିଳାସ ପ୍ରାଣୀ ଉଦ୍ୟାନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପର୍ଯ୍ୟଟନ ମାନଙ୍କୁ ବାରଣ କରାଯିବା ସହିତ ବନ୍ଦ କରାଯାଇଛି । ସେଠାରେ ଥିବା ଅନ୍ୟ ପଶୁ, ପକ୍ଷୀ ତଥା ବନ୍ୟପ୍ରାଣୀ ମାନେ କରୋନା ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବନବିଭାଗ ସଜାଗ ରହିଛନ୍ତି ।

ଗତବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହରେ କପିଳାସ ଚିଡିଆଖାନାକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଥିଲା । ପୁନର୍ବାର ନିର୍ଦେଶ କ୍ରମେ ଅକ୍ଟୋବର ମାସରେ ଖୋଲା ଯାଇଥିଲା । ଚଳିତ ବର୍ଷ ସଂକ୍ରମଣ ବୃଦ୍ଧିକୁ କେନ୍ଦ୍ର କରି ଏହାକୁ ପୁଣି ବନ୍ଦ କରାଯାଇଛି । ବନବିଭାଗ କର୍ମଚାରୀ ବ୍ୟତିତ ଅନ୍ୟମାନଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି । ତେବେ ଚିଡିଆଖାନାରେ ନିୟୋଜିତ କର୍ମଚାରୀମାନେ ଚିଡିଆଖାନାରେ ଥିବା ପଶୁପକ୍ଷୀ ଯେପରି ସଂକ୍ରମିତ ନହୁଅନ୍ତି ସେଥିପ୍ରତି ତିକ୍ଷ୍ନ ନଜର ରଖିଛନ୍ତି । ଚିଡିଆଖାନାରେ ଖାଦ୍ୟ ପଦାର୍ଥ ଯାଂଚ ମଧ୍ୟ କରାଯାଉଛି । ଏହା ସହିତ ଅନେକ ସମୟରେ ଚିଡିଆଖାନା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରାଯିବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking