30.1 C
Bhubaneswar
Monday, May 20, 2024
Homeଓଡିଶାବଜରଙ୍ଗ କ୍ଲବ୍ ତରଫରୁ ଗୋ-ସେବା ଅଭିଯାନ

ବଜରଙ୍ଗ କ୍ଲବ୍ ତରଫରୁ ଗୋ-ସେବା ଅଭିଯାନ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ମଠକରଗୋଳା ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ବଜରଙ୍ଗ କ୍ଲବ୍ ତରଫରୁ ଗୋ-ସେବା ଅଭିଯାନ ଆରମ୍ଭ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଷଣ୍ଢ ଓ ଗ୍ରାମର ଅନ୍ୟ ଆହତ ଗୋରୁମାନଙ୍କର ଚିକିତ୍ସା କରାଯାଇଥିଲା । ମିଳିଥିବା ସୁଚନାରୁ, ଚଳିତ ଲକ୍‌ଡାଉନ୍ ସମୟରେ ମଠକରଗୋଳା ଅଂଚଲର ପ୍ରତ୍ୟେକ ପଶୁ ଓ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଉଛି ଏବଂ ଆଗାମୀ ଦିନରେ ଗାଈଗୋରୁମାନଙ୍କ ପାଇଁ ଜଳକୁଣ୍ଡର ବ୍ୟବସ୍ଥା କରାଯାଉଛି । ଏହି ସେବା ପ୍ରାୟ ୧ ମାସ ଧରି ଚାଲୁ ରହିଥିବା ବେଳେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଗାଈଗୋରୁଙ୍କର ସଫଳ ଚିକିତ୍ସା ଦ୍ୱାର ସୁସ୍ଥ ହୋଇପାରିଛନ୍ତି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂସ୍ଥା ତରଫରୁ ସୂଚନା ଦିଆଯାଇଛି ।

ରାସ୍ତାରେ କିଭଳି ଗୃହପାଳିତ ପଶୁ ପକ୍ଷୀମାନଙ୍କର ଦୁର୍ଘଟଣା ଏଡାଇ ଦିଆଯାଇପାରିବ ସେଥିପାଇଁ ସେମାନଙ୍କ ଶିଙ୍ଘରେ ରେଡିୟମ୍ ଷ୍ଟିକର୍ ମରାଯାଇ ଏକ ନୂତନ ପ୍ରଚେଷ୍ଟା କରାଯାଇଥିଲା । ଏହି ଅବସରରେ ପ୍ରାଣୀ ଚିକିତ୍ସକ ଆଶିଷ ଦାସ ଓ ଦୀପକ କୁମାର ଖୁଂଟିଆଙ୍କ ସମେତ କ୍ଲବ୍‌ର ସଭାପତି ମିଥୁନ୍ ସ୍ୱାଇଁ, ସହ-ସଂପାଦକ ପ୍ରମୋଦ ଦଳେଇ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକ, ସଦସ୍ୟ ଦୀପକ ପାତ୍ର, ପରାଗ ନାୟକ, ସେଷଦେବ ବେହେରା, ହେମନ୍ତ ଦାସ, କୁଶ ସେନାପତି, ସିପୁ ଦାସ, ନଟବର ଲେଙ୍କା, ଦେବାଶିଷ ଦାସ, ବାପୁନୀ ସେନାପତି, ନିରଞ୍ଜନ ନାୟକ, ସମ୍ବିତ୍ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking