26.1 C
Bhubaneswar
Wednesday, May 8, 2024
Homeଖେଳଆଇପିଏଲ : ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଆଇପିଏଲ : ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ନୂଆଦିଲ୍ଲୀ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ସଂସ୍କରଣରେ ଯେବେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ସେହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଥିଲା। ଦିଲ୍ଲୀ ରାଜସ୍ଥାନ ରୟାଲ୍ସଙ୍କୁ ୪୬ ରନରେ ପରାଜିତ କରିଥିଲା। ଦିଲ୍ଲୀ ଦଳ ଏବେ ଚମତ୍କାର ଫର୍ମରେ ଅଛି। ସାତ ମ୍ୟାଚ୍‌ରୁ ଦଳ ୫ଟିରେ ବିଜୟୀ ହୋଇ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲ୍‌ରେ ଦ୍ଵିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ପ୍ଲେଅଫ ପାଇଁ ସଂଘର୍ଷ କରୁଛି। ତେଣୁ ଏହି ମ୍ୟାଚ୍‌ ଜିତି ପ୍ରଥମ ମ୍ୟାଚ୍‌ର ବଦଲା ନେବାକୁ ଦଳ ଚେଷ୍ଟା କରିବ।

ଦିଲ୍ଲୀ ଯଦି ଏହି ମ୍ୟାଚ୍‌ ଜିତି ନିଏ ତେବେ ଦଳର ପଏଣ୍ଟ ୧୨ ହୋଇଯିବ। ଅନ୍ୟପଟେ ରାଜସ୍ଥାନ ୭ ମ୍ୟାଚ୍‌ରୁ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ୍‌ର ସପ୍ତମ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ ହାରିଲେ ଦଳ ପାଇଁ ପ୍ଲେଅଫ ଯିବା ପଥ ମୁସ୍କିଲ ହୋଇଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking