30.1 C
Bhubaneswar
Wednesday, April 24, 2024
Homeଅପରାଧକଟକରୁ ୪ ବନ୍ଧୁକ ବେପାରୀ ଗିରଫ, ୫୦ ରାଉଣ୍ଡ ଗୁଳି ଜବତ

କଟକରୁ ୪ ବନ୍ଧୁକ ବେପାରୀ ଗିରଫ, ୫୦ ରାଉଣ୍ଡ ଗୁଳି ଜବତ

କଟକ : କଟକରେ ଚାଲିଥିବା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ୍ କରିଛି ପୁଲିସ। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସମେତ ୪ ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ । ୫ଟି ବନ୍ଧୁକ ସହ ୫୦ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଗ୍ରାହକ ବେଶରେ ଯାଇ ବେପାରିଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଅପରାଧୀମାନେ ବିହାରରୁ ବନ୍ଧୁକ ଆଣି ଟ୍ୱିନସିଟିରେ ବେପାର କରୁଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଆଖପାଖ ଅଞ୍ଚଳର ଅପରାଧୀ ୭୦ ହଜାର ଟଙ୍କାରେ ଏହି ବନ୍ଧୁକ ସୁଧୀର ଠାରୁ କିଣୁଥିଲେ। ସୁଧୀରକୁ ଧରିବା ପାଇଁ ପୋଲିସ୍ ଆଗରୁ ଯୋଜନା କରିଥିଲା। ବିଦ୍ୟାଧରପୁର ନିକଟରେ ତାକୁ ପୋଲିସ୍ କାବୁ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking