29.1 C
Bhubaneswar
Wednesday, May 8, 2024
Homeଅପରାଧସପ୍ଟୱେର୍ ସାହାଯ୍ୟରେ ୧ ହଜାରରୁ ଅଧିକ ଗାଡି ଚୋରି; ଫିଲ୍ମ ଷ୍ଟାଇଲରେ ଗିରଫ

ସପ୍ଟୱେର୍ ସାହାଯ୍ୟରେ ୧ ହଜାରରୁ ଅଧିକ ଗାଡି ଚୋରି; ଫିଲ୍ମ ଷ୍ଟାଇଲରେ ଗିରଫ

ଦିଲ୍ଳୀ : ଦିଲ୍ଲୀ ପୋଲିସ  ଦିଲ୍ଳୀ ଏବଂ ଅନ୍ୟ ସ୍ଥାନରୁ ଏକ ହଜାରରୁ ଅଧିକ ଲକ୍ସୁରୀ ଗାଡି ଚୋରି କରିଥିବା ଅଭିଯୁକ୍ତ ଦୀପକ ରାଣାକୁ ଗିରଫ କରାଯାଇଛି । ଦିଲ୍ଳୀ ପୋଲିସ ସୂଚନାଅନୁସାରେ ଏହି ଅଭିଯୁକ୍ତ ଜଣକ ଏ ପର୍ଯ୍ୟନ୍ତ ଏକ ହଜାରରୁ  ଅଧିକ ଲକ୍ସୁରୀ ଗାଡି ଚୋରିକରି ବିକ୍ରି କରିସାରିଛି । ପୋଲିସ ସୂଚନା ଅନୁସାରେ ଏହି କାର୍ ଚୋର ଜଣକ ବିଜ୍ଞାନରେ ଗ୍ରାଜୁଏସନ କରିସାରିଛି । ହେଲେ ବିଳାସପୂର୍ଣ୍ଣ ଜୀବନ ବଂଚିବା ପାଇଁ  ଏଭଳି ଅପରାଧ ଦୁନିଆରେ ପାଦ ରଖିଥିଲା ଓ ପରେ  ଅନେକ ରାଜ୍ୟର ପୁଲିସକ କନେକ୍ଟ ଲିଷ୍ଟରେ ସାମିଲ ହୋଇଥିଲା ।
ଦିଲ୍ଲୀ ପୋଲିସ ସୂଚନାଅନୁସାରେ ପଛରେ କିଛି ସମୟ ଧରି ଦିଲ୍ଳୀ ଏବଂ ଏନସିଆରରୁ ଏଭଳି ଲକ୍ସୁରୀ  ଗାଡି ଚୋରି ବଢି ଯାଇଥିଲା  ା ଅଧିକାଂଶ ମାମଲାରେ ଚୋରି ଗାଡି ମେରଠ ଅଭିମୁଖେ ଯାତ୍ରା କରୁଥିବା  ସିସିଟିଭି କ୍ୟାମେରା ରେ କଏଦ ହୋଇଥିଲା । ଯେଉଁଥିପାଇଁ ପୋଲିସ  ମେରଠରେ ଏକ ପୋଲିସ ଟିମ୍ ଲଗାଇ ବହୁତ ତଦନ୍ତ ପରେ ପୋଲିସ କାର ଚୋର ଦୀପକ ରଣାର ସନ୍ଧାନ ପାଇଥିଲା । ପୋଲିସ ଦୀପକ ରଣାକୁ ମେରଠରୁ ସିମଲା ପର୍ଯ୍ୟନ୍ତ ପିଛା କରିଥିଲା ଓ ଶେଷରେ ସିମଲାର ଏକ ହୋଟେଲ୍‌ରୁ ତାକୁ ଗିରଫ କରିଥିଲା ।
ଦିଲ୍ଳୀ ପୋଲିସର ସୂଚନାଅନୁସାରେ  ଦୀପକ ରଣା ସପ୍ଟୱେର ଅପରେଟେଡ୍ ଏହି ଲକ୍ସୁରୀ କାରକୁ ଅତି କମରେ ୩ରୁ୪ ମିନିଟ୍ ରେ ଖୋଲି ନେଉଥିଲା । ଚୋରି କରୁଥିବା ଗାଡିକୁ ଦିଲ୍ଳୀରୁ  ମେରଠ ପର୍ଯ୍ୟନ୍ତ ଯିବା କାମ ତା ସାଙ୍ଗ ମୋଟି କରୁଥିଲା ଓ ସେଠାରେ ସୋହେବ ମଲିକ ନାମକ ରିସିଭର୍‌କୁ  ଏହି ଗାଡିଗୁଡିକୁ ବିକ୍ରି କରିଦିଆଯାଏ । ପୋଲିସ ଦୀପକ ରଣାର ଗିରଫକୁ ଏକ ବଡ ସଫଳତା ବୋଲି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking