33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ବୈଦେଶିକ ସଚିବ

୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ବୈଦେଶିକ ସଚିବ

ନୂଆଦିଲ୍ଲୀ : ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶୃଙ୍ଗଲା ୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି । ଏହି ଗସ୍ତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ସା ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସାଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ତେବେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ କରୋନା ଯୁଦ୍ଧରେ ପାରସ୍ପରିକ ସହାୟତା ବିଷୟରେ ଆଲୋଚନା କରାଯିବ ବୋଲି ଅନୁମାନ କରାଯାଉଛି । ଏହା ଛଡ଼ା ଶ୍ରୀଙ୍ଗଲା ଜାଫନା, ଟ୍ରିନକୋମାଲି ଏବଂ କାଣ୍ଡି ଇତ୍ୟାଦି ଅଞ୍ଚଳ ପରିଦର୍ଶନ କରିବାର କଥା ସାମ୍ନାକୁ ଆସିଛି । ଅପରିପକ୍ଷରେ ଶ୍ରୀଲଙ୍କା ସରକାର ଉଭୟ ଭାରତ ଓ ଚୀନକୁ ସମାନ ବ୍ୟବହାର କରନ୍ତୁ ବୋଲି ଭାରତ ଆଶା ବାନ୍ଧିଛି । ଏହା ସହ ଦୁଇ ଦେଶ ୧୯୮୭ ଚୁକ୍ତିନାମାକୁ ଅନୁସରଣ କରନ୍ତୁ ବୋଲି ଭାରତ ଇଚ୍ଛା ପ୍ରକାଶ କରିଛି । ଯାହା ଦ୍ୱାରା ଶ୍ରୀଲଙ୍କାର କୌଣସି ବନ୍ଦରକୁ ଅନ୍ୟ ଦେଶକୁ ସାମରିକ ବ୍ୟବହାର ପାଇଁ ଦିଆଯିବ ନାହିଁ । ସେପଟେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ଏପରିସ୍ଥିତିରେ ଶ୍ରୀଲଙ୍କା କିପରି ୧୯୮୭ ଚୁକ୍ତିକୁ ଅନୁସରଣ କରିବ ସେନେଇ ଭାରତ ଚେଷ୍ଟା କରିବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking