24.1 C
Bhubaneswar
Thursday, May 9, 2024
Homeଓଡିଶାଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ଏକାଧିକ ଯାତ୍ରୀ ଗୁରୁତର

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ଏକାଧିକ ଯାତ୍ରୀ ଗୁରୁତର

ଅନୁଗୁଳ: ଶୁକ୍ରବାର ମଧ୍ୟରାତ୍ରୀରେ ରାଞ୍ଚିରୁ ଭୁବନେଶ୍ୱର ଯାଉଥିବା ଭୋଳାନାଥ ନାମକ ଯାତ୍ରୀବାହୀ ବସ୍ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଯୁଗଳ ଛକ ଉପକଣ୍ଠ ଦୁର୍ଗାପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ବସର ସମସ୍ତ ଯାତ୍ରୀ ଶୋଇଯାଇଥିବାବେଳେ ଉକ୍ତ ଦୁର୍ଘଟଣା ଘଟିଛି। ବସ ଚାଳକଙ୍କ ସମେତ କେତେକ ଯାତ୍ରୀ ଗୁରୁତର ଥିଲେ ବି ସୌଭାଗ୍ୟବଶତଃ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ବେତନଟୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଚାଳକର ଆଖି ଲାଗିଯିବାରୁ ଲୁହା ପ୍ଲେଟ ବୋଝେଇ ଟ୍ରଲର ଭାରସାମ୍ୟ ହରାଇ ଡ଼ାଇଭର୍ସନ ଡେଇଁ ବିପରୀତ ଦିଗରୁ ଆସୁଥିବା ବସକୁ ପିଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking