29.1 C
Bhubaneswar
Friday, May 17, 2024
Homeଓଡିଶାନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ

ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ

ଭୁବନେଶ୍ବର : ବିଜେଡି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ଗୁରୁବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ଗୁରୁବାର ସକାଳୁ ମନ୍ମଥଙ୍କୁ ନେଇ ରାଜନୈତିକ ମହଲ ତଥା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ପ୍ରଭୁଙ୍କ ଦର୍ଶନ ସମୟରେ ସେ ଶଙ୍ଖ ଫୁଙ୍କିବା ସହ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ମନ୍ମଥ ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଦୌଡିଥିଲେ। ତାଙ୍କ ସହ ତାଙ୍କର ସମର୍ଥକମାନେ ମଧ୍ୟ ଯାଉଥିବାର ଦେଖାଯାଇଥିଲା। ମନ୍ମଥ ରାଉତରାୟ କାହିଁକି ଦୌଡ଼ିଛନ୍ତି ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking