24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମଣିପୁର ଆକ୍ରମଣରେ ୨ ସିଆର୍‌ପିଏଫ୍‌ ଯବାନ ସହିଦ

ମଣିପୁର ଆକ୍ରମଣରେ ୨ ସିଆର୍‌ପିଏଫ୍‌ ଯବାନ ସହିଦ

ନୂଆଦିଲ୍ଳୀ: ଶନିବାର ସକାଳୁ ମଣିପୁରର ନାରସେନା ଅଞ୍ଚଳରେ ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) କର୍ମଚାରୀ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସହିଦ ହୋଇଥିବା କର୍ମଚାରୀ ଦ୍ବୟ ହେଲେ ସିଆର୍‌ପିଏଫ୍‌ର ସବ୍‌ ଇନ୍‌ସ୍ପେକ୍ଟର ଏନ୍‌ ସରକାର ଓ ଏବଂ ହେଡ୍‌ କନ୍‌ଷ୍ଟେବଲ୍‌ ଅରୁପ ସାଇନି। ଆହତ କର୍ମଚାରୀ ହେଉଛନ୍ତି ଇନ୍‌ସ୍ପେକ୍ଟର ଯାଦବ ଦାସ ଓ କନ୍‌ଷ୍ଟେବଲ୍‌ ଅଫ୍‌ତାବ ହୁସେନ।

ଏହି ଘଟଣା ସଂପର୍କରେ ପୁଲିସ କହିଛି ଯେ ମଧ୍ୟରାତ୍ରିରୁ ସକାଳ ୨.୧୫ ମଧ୍ୟରେ ଏହି ଘଟଣା ଘଟିଛି। ପ୍ରଥମେ ସଶସ୍ତ୍ର ଗୋଷ୍ଠୀ ସିଆର୍‌ପିଏଫ୍‌ କର୍ମଚାରୀଙ୍କ ଉପରକୁ ଏକ ବୋମା ଫିଙ୍ଗିଥିଲେ, ଯାହା ପରେ ନାରସେନାସ୍ଥିତ ଆଉଟପୋଷ୍ଟ ଭିତରେ ବିସ୍ଫୋରଣ ହୋଇଥିଲା। ଏହି କର୍ମଚାରୀମାନେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରସେନା ଅଞ୍ଚଳରେ ନିୟୋଜିତ ସିଆର୍‌ପିଏଫ୍‌ର  ୧୨୮ ବାଟାଲିୟନର ଥିଲେ ବୋଲି ସୂଚନା ରହିଛି।

କ୍ୟାମ୍ପକୁ ଟାର୍ଗେଟ କରି ମାଓବାଦୀମାନେ ପାହାଡରୁ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ। ଏହା ପ୍ରାୟ ୧୨.୩୦ ରୁ ଆରମ୍ଭ ହୋଇ ପ୍ରାୟ ୨.୧୫ ପର୍ଯ୍ୟନ୍ତ ଜାରି ରହିଥିଲା। ମାଓବାଦୀମାନେ ବୋମା ମଧ୍ୟ ଫିଙ୍ଗିଥିଲେ। ପରେ ସିଆର୍‌ପିଏଫ୍‌ର  ୧୨୮ ବାଟାଲିୟନର ଆଉଟ୍‌ପୋଷ୍ଟ୍‌ରେ ବିସ୍ଫୋରଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking