29.1 C
Bhubaneswar
Tuesday, May 7, 2024
Homeଅପରାଧଡକାୟତି ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଆସିଥିବା ପୋଲିସ ଅଧିକାରୀଙ୍କୁ ହତ୍ୟା

ଡକାୟତି ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଆସିଥିବା ପୋଲିସ ଅଧିକାରୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ଡକାୟତି ଘଟଣା ରେ ଚାରି ଅପରାଧୀ ଙ୍କୁ ଖୋଜିବା ପାଇଁ ଗୁରୁବାର ଦିନ ହରିଦ୍ୱାର ରେ ପହଁଞ୍ଚି ଥିବା ଫରିଦବାଦର କ୍ରାଇମ୍ ବ୍ରାଞ୍ଚ ଟିମ ର ଜଣେ ପୁଲିସ କର୍ମୀ କୁ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିଲେ । ଆହତ ହୋଇଥିବା ପୁଲିସ କର୍ମୀ କୁ ହସ୍ପିଟାଲ ନିଆ ଯାଇଥିଲା  ଏବଂ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ ।
ପୁଲିସ କୈାଶଳ ରେ  ତିନି ଜଣକୁ ଧରି ପଚରାଉଚରା କରିଛି । କିନ୍ତୁ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏହି ଘଟଣା ପରେ ପୋଲିସ ବିଭାଗରେ ଚାଂଚଲ୍ୟ ଖେଳିଯାଇଛି । ଏସଏସପୀ ଫେରାର ଅଭିଯୁକ୍ତଙ୍କୁୁ ଯଥାଶୀଘ୍ର ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ହରିୟାଣା ର ଫରିଦବାଦ ରେ କିଛି ସମୟ ପୂର୍ବରୁ ବଦମାସ ମାନେ ଚୋରି କରିବାର ଜଣାପଡିଥିଲା । ଫରିଦବାଦ କ୍ରାଇମବ୍ରାଞ୍ଚ ର ଟିମ୍ ଅପରାଧୀ ମାନଙ୍କୁ ଧରିବା କୁ ଚେଷ୍ଟା କରୁଥିବା  ସମୟ ରେ ,ସେମାନେ ରହୁଥିବା ଅଞ୍ଚଳ କୁ ଜାଣିପାରି କ୍ରାଇମ ବ୍ରାଞ୍ଚ ର ଆଠ ଜଣିଆ ଟିମ ସେଠାରେ ପହଁଞ୍ଚି ଥିଲେ ।
ସୂଚନା ଅନୁସାରେ ରାତି ୧୦ ଟାରେ ପୁଲିସ ଟିମ ବଦମାସ ମାନଙ୍କୁ ପନ୍ତଦୀପ ପାର୍କିଙ୍ଗ ପାଖରେ ଧରି ନେଇଥିଲେ ,କିନ୍ତୁ ଏହି ମଧ୍ୟରେ ସେମାନଙ୍କ ମଧ୍ୟରୁ ଜଣେ ଚୋର ବନ୍ଧୁକ ବାହାର କରି ଫାୟାରିଙ୍ଗ କରିଦେଇଥିଲା । ସେଥିରୁ ଗୋଟେ ଗୁଳି କ୍ରାଇମବ୍ରାଞ୍ଚ ଟିମ ର ସିପାହୀ ଏବଂ ଚାଳକ ସନ୍ଦୀପ (୩୮)ର କାନ ପାଖରେ ବାଜିଯାଇ ଥିଲା ।
ଯଥାଶୀଘ୍ର ସେଠାରୁତାଙ୍କୁ ମେଡିକାଲ ନିଆଯାଇଥିଲା ଏବଂ ତାଙ୍କୁ ସେଠାରେ ଡକ୍ଟର ମୃତ ଘୋଷଣା କରିଥିଲେ । ଏପଟେ ଫୟାରିଙ୍ଗ କରିଥିବା ଦୁର୍ବୃତ୍ତ ଜଣକ ସୁଯୋଗ ଦେଖି ଖସି ପଳାଇ ଯାଇଥିଲା । କିନ୍ତୁ ଅନ୍ୟ ତିନି ଜଣଙ୍କୁ ପୁଲିସ ସେଠାରୁ ନେଇଯାଇଥିଲେ । ଏହି ଘଟଣା ଟି ଘଟିବା ଦ୍ୱାରା ହରିଦ୍ୱାର ପୁଲିସ ଷ୍ଟେସନ ରେ ଚାଂଚଲ୍ୟ ଖେଳିଯାଇଥିଲା ।
ସିଓ ସିଟି ଅଭୟ ପ୍ରତାପ ସିଂହ ଏବଂ ରାକେନ୍ଦ୍ର କଠୈତ ଶିଘ୍ର ସେଠାରେ ଯାଇ ପହଁଞ୍ଚି ଯାଇଥିଲେ । କିଛି ସମୟ ପରେ ଏସ ଏସ ପି ଡ.ଯୋଗେନ୍ଦ୍ରସିଂହ ରାବତ ମଧ୍ୟ ସେଠାରେ ପହଁଞ୍ଚି ଥିଲେ ଏବଂ ଫରିଦବାଦ କ୍ରାଇମ ବ୍ରାଞ୍ଚ ଟିମ ସହିତ କଥାବାର୍ତ୍ତା କରିଥିଲେ । ଏସ ଏସ ପି ଙ୍କ କହିବା ଅନୁସାରେ ଏସିପି ସିଟି କମଲେଶ ଉପାଧ୍ୟାୟ ଙ୍କୁ ଏହି ବିଷୟ ରେ ତଦାରଖ କରିବା କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଫେରାର ଅପରାଧୀ କୁ ଖୋଜିବା ଆରମ୍ଭ କରିଦିଆ ଯାଇଛି । ଜିଲ୍ଲାର ସବୁ ସୀମା ରେ ତଲାସ କରାଯାଉଛି ।
ଫରିଦାବାଦ କ୍ରାଇମ ବ୍ରାଞ୍ଚ ଟିମ ରାତି ୧୦ ଟାରେ ସେଠାର  ଠିକଣା ମିଳିବା ପରେ ହରିଦ୍ୱାର ରେ ପହଁଞ୍ଚି ଥିଲା । ଜଣାଯାଉଛି ଯେ ଏହି ଟିମ ସ୍ଥାନୀୟ ପୁଲିସ କୁ ଏହି ବିଷୟ ରେ ସୂଚନା ଦେଇନଥିଲେ । ହରିଦ୍ୱାର ରେ ପହଁଞ୍ଚିଲା ପରେ ମଧ୍ୟ ଏହି ପୁଲିସ ଟିମ ସ୍ଥାନୀୟ ପୁଲିସ କୁ ସାଥିରେ ନେଇନଥିଲେ । ସୂଚନା ଅନୁସାରେ ଫରିଦବାଦ କ୍ରାଇମ ବ୍ରାଞ୍ଚ ର ଟିମ ନିଜ ସାହସ ଦେଖାଇବା ଚକ୍କର ରେ ସିଧା ଅଭିଯୁକ୍ତଙ୍କ ଠିକଣା ରେ ପହଁଞ୍ଚି ଗଲେ ଏବଂ ସେମାନଙ୍କୁ ଧରି ନେଲେ ।
ଗୁଳି ବାଜି ମୃତ୍ୟୁ ହେବା ପରେ ହରିୟାନା ପୁଲିସ ର ଅଧିକାରୀ ହରିଦ୍ୱାର ଆସି କ୍ରାଇମ ବ୍ରାଂଚଞ୍ଚ ଟିମ ଠାରୁ ସବୁ ସମୟ ର ଖବର ନେଇଥିଲେ ।
ଘଟଣା ରେ ଖସିଯାଇଥିବା ଅପରାଧୀର ବାମ ହାତରେ କ୍ଷତ ହୋଇଥିଲା । ସୂଚନା ଯୋଗ୍ୟ ଯେ ସେ ପନ୍ତଦୀପ ପାର୍କିଙ୍ଗ ଠାରୁ ଖସି ପଳାଇଯାଇଥିଲା । ଏସ ଏସ ପି ଡ. ଯୋଗେନ୍ଦ୍ର ସିଂହ ରାବତ ଜିଲ୍ଲା ରେ ସତର୍କ କରାଇ ଅପରାଧୀ କୁ ଖୋଜିବା ଆରମ୍ଭ କରିବାର ଆଦେଶ ଦେଇଛନ୍ତି । ସୂଚନା ମିଳିଛି ଯେ ସବୁ ଥାନା ରେ ପୁଲିସ ତାର ଅଭିଯାନ ଚଳେଇ ଚେକିଙ୍ଗ ଆରମ୍ଭ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking