30.1 C
Bhubaneswar
Tuesday, May 21, 2024
Homeବଲିଉଡ୩୬ ବର୍ଷରେ ପାଦ ଥାପିଲେ ଅନୁଷ୍କା ଶର୍ମା

୩୬ ବର୍ଷରେ ପାଦ ଥାପିଲେ ଅନୁଷ୍କା ଶର୍ମା

ମୁମ୍ବାଇ : ୩୬ରେ ପାଦ ଥାପିଲେ ଅନୁଷ୍କା ଶର୍ମା । ସେ ବଲିଉଡର ନାମୀ ଦାମୀ ଅଭିନେତ୍ରୀଙ୍କ ଭିତରୁ ଜଣେ। ସେ ତାଙ୍କ କ୍ୟାରିୟର ରବ ନେ ବନାଦୀ ଯୋଗୀରୁ ଆରମ୍ଭ କରିଛନ୍ତି । ଏହି ମୁଭି ବକ୍ସ ଅଫିସରେ ଧମାଲ ମଚେଇଥିଲା ଏବଂ ବହୁତ ପଇସା ରୋଜଗାର ମଧ୍ୟ କରିଥିଲା । ଅନୁଷ୍କା ଶର୍ମା ବହୁତ ହିଟ୍ ମୁଭି କରିଛନ୍ତି । କିନ୍ତୁ କିଛି ବର୍ଷ ହେଲା ଅନୁଷ୍କା ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି କିନ୍ତୁ ତାଙ୍କର ରୋଜଗାରରେ କୌଣସି ପରିବର୍ତ୍ତନ ଦେଖାଯାଇନି । ତେବେ ଅନୁଷ୍କା ଫିଲ୍ମ ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ବହୁତ ରୋଜଗାର କରନ୍ତି । ଅନୁଷ୍କା ଏକ ବିଜ୍ଞାପନ ପାଇଁ ୩ କୋଟି ଟଙ୍କା ନିଅନ୍ତି । ଏବେ ଅଭିନେତ୍ରୀଙ୍କ ପାଖରେ ୧୭ଟି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ କଣ୍ଟାକ୍ଟ ଅଛି। ଅନୁଷ୍କା ଶର୍ମା ହେଉଛନ୍ତି ଶ୍ୟାମ ଷ୍ଟିଲ ଏବଂ ମିନ୍ତ୍ରାର ବ୍ରାଣ୍ଡ ଆମ୍ବାସାଡର । ତାଙ୍କର ନିଜର ଏକ କ୍ଲୋଜିଙ୍ଗ୍ ବ୍ରାଣ୍ଡ୍ ନୁସ ମଧ୍ୟ ଅଛି । ଏହାର ମାର୍କେଟ ଭ୍ୟାଲୁ ୬୫ କୋଟି ଟଙ୍କା ବୋଲି କୁହାଯାଉଛି। ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ଅନୁଷ୍କା ଶର୍ମାଙ୍କ ମୋଟ ନେଟ୍ ମୂଲ୍ୟ ପ୍ରାୟ ୨୫୫ କୋଟି ଟଙ୍କା ହେବ। ତାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ଅନୁଷ୍କା ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ଲୋକପ୍ରିୟ କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତି ଡିସେମ୍ବର ୧୧, ୨୦୧୭ରେ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।ସେମାନଙ୍କର ଜାନୁଆରୀ ୧୧, ୨୦୨୧ରେ ଏକ କଳ୍ପା ସନ୍ତାନ ଜନ୍ମ ହୋଇଥିଲା। ଝିଅ ଭାମିକା ସହିତ ଏବେ ଖୁବ୍ ଖୁସି ଅଛନ୍ତି ଏହି ସେଲିବ୍ରିଟି କପଲ ଖାଲି ସଫଳ କ୍ୟାରିୟର ନୁହେଁ ଅନୁଷ୍କା ଏବଂ ବିରାଟଙ୍କ ସମ୍ପର୍କ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି ପ୍ରଶଂସକମାନଙ୍କ ଦ୍ବାରା ‘ବିରୁସ୍କା’ ଭାବରେ ଜଣାଶୁଣା ଏହି କପଲା। ଏହି ଦମ୍ପତିଙ୍କ ସୋସିଆଲ୍ ମିଡିଆରେ ପ୍ରାୟତଃ ନିଜର ବିଶେଷ ମୁହୂର୍ଭର ଫଟୋ ଗୁଡିକ ସେୟାର କରିଥାନ୍ତି। ଯାହା ଅତ୍ପନ୍ତ ଆକର୍ଷଣୀୟ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking