25.1 C
Bhubaneswar
Saturday, March 2, 2024
Homeଓଡିଶାସଂପର୍କ ଦେଖିଲାନୀ ପିଉସା; ଝିଆରୀକୁ କଲା ଦୁଷ୍କର୍ମ

ସଂପର୍କ ଦେଖିଲାନୀ ପିଉସା; ଝିଆରୀକୁ କଲା ଦୁଷ୍କର୍ମ

ମୟୁରଭଂଜ: ଦେଶ ସମେତ ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ନାରୀଙ୍କୁ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା ସାମ୍ନାକୁ ଆସୁଛି । ଏନେଇ ବାରମ୍ବାର ସଚେତନ କରାଗଲେ ବି ଅଭିଯୁକ୍ତମାନେ ନାରକୀୟ କାଣ୍ଡ ଘଟାଇ ଚାଲିଛନ୍ତି । ଏହାମଧ୍ୟରେ ସଂପର୍କର ବି ମୂଲ୍ୟ କିଛି ରହୁନି । ଦୁଷ୍କର୍ମ ଆଗରେ ସଂପର୍କ ହୋଇଯାଉଛି ମୂଲ୍ୟହୀନ । ସୂଚନା ଅନୁସାରେ, ନାବାଳିକାଙ୍କ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ବାହାରେ ରହି କାମ କରନ୍ତି । ତେଣୁ ଗତ ୨ବର୍ଷ ହେବ ନାବାଳିକା ଜଣକ ତାଙ୍କ ସମ୍ପର୍କୀୟ ପିଉସା  ଡୁମ୍ୱି ସିଂ ବାନରାଙ୍କ ଘରେ ରହି ତାଙ୍କ ପିଲା ଛୁଆଙ୍କ ଦେଖାଶୁଣା କରୁଥିଲେ । ହେଲେ ଗତ ରବିବାର ଦିନ ଘରେ କେହି ନଥିବାର ସୁଯୋଗ ନେଇ ଡୁମ୍ୱି ନିଜର ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ କାନ୍ଦୁଥିବା ଦେଖି ଗାଁ ଲୋକେ ପଚାରି ବୁଝିଥିଲେ। ଏହାପରେ  ଗାଁ ଲୋକେ ଘଟଣା ସମ୍ପର୍କରେ ଗତକାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡୁମ୍ୱିକୁ ଗିରଫ କରିଛି। ଏଥିସହ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking