29.1 C
Bhubaneswar
Wednesday, May 8, 2024
Homeଓଡିଶାଦେହ ଭଲ ପାଇଁ ଶିଶୁକୁ ବିକିଲା ବାପା!

ଦେହ ଭଲ ପାଇଁ ଶିଶୁକୁ ବିକିଲା ବାପା!

ଅନୁଗୁଳ: ବିଜ୍ଞାର ଅଗ୍ରଗତି ସାଙ୍ଗକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ପଦ୍ଧତିରେ ଚିକିତ୍ସା କଲେ ମଧ୍ୟ ଆଜି ବି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ହଜିଯାଉଛି ମଣିଷ । ନିଜ ଶିଶୁପୁତ୍ରର ବାରମ୍ବାର ଦେହ ଖରାପ ହେବାରୁ ଏହାର ଉପଚାର ପାଇଁ କୁସଂସ୍କାର ପ୍ରଥା ଆପଣାଇ ବାପା ନିଜ ଶିଶୁପୁତ୍ରକୁ ବିକ୍ରି କରିଦେଇଛନ୍ତି । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗାଁରେ ଜଣେ ଶିଶୁର ବାରମ୍ବାର ଦେହ ଖରାପ ହେଲା । ଯେତେ ଡାକ୍ତରୀ ଚିକିତ୍ସା କଲେ ବି ଦେହ ଭଲ ହେଲାନି ।

ତେଣୁ ଦୁଇ ବର୍ଷର ଶିଶୁ ପୁତ୍ରକୁ ତିନି ଶହ ଟଙ୍କାରେ ଅନ୍ୟ ଜଣକୁ କିଛି ସମୟ ପାଇଁ ବିକି ଦେଇଛି ବାପା । ଧର୍ମ ଓ ଅନ୍ଧବିଶ୍ୱାସକୁ ନେଇ ଏଭଳି ଘଟଣା ଘଟିଛି । ଅନାମ ଓ ସିଲୁ ଦୁଇ ବନ୍ଧୁ । ଅନାମଙ୍କର ବହୁ ପୂଜାର୍ଚ୍ଚନା ପରେ ପୁଅଟିଏ ହୋଇଥିଲା । ଦୁଇ ବର୍ଷର ଶିଶୁ ପୁତ୍ରର ଦେହ ବାରମ୍ବାର ଖରାପ ରହିଲା । କାମ କଲାନି ଡାକ୍ତରୀ ଔଷଧ । ତେଣୁ ଗାଁ ଗହଳିର ବିଶ୍ୱାସ ଅନୁସାରେ ଅନାମ ପୁଅକୁ ଶୁକ୍ରବାର ଦିନ ନିଜ ସାଙ୍ଗ ସିଲୁକୁ ତିନି ଶହ ଟଙ୍କାରେ ବିକିଥିଲେ । ଏ ନେଇ ପୂଜାର୍ଚ୍ଚନା କରାଗଲା । ସିଲୁଙ୍କ ଘରେ ଘଣ୍ଟାଟେ ରହି ଅନାମ ତାଙ୍କ ପୁଅକୁ ଘରକୁ ନେଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking