26.1 C
Bhubaneswar
Friday, March 29, 2024
Homeଓଡିଶାପୋଖରୀରୁ ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର

ପୋଖରୀରୁ ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର

ଖୋର୍ଦ୍ଧା : ବେଗୁନିଆ ବ୍ଲକ୍ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଅଟ୍ରି ଗ୍ରାମ ନିକଟସ୍ଥ ଜହ୍ନି ପୋଖରୀରେ ଜଣେ ଯୁବତୀଙ୍କ ମୃତଦେହ ବାଘମାରୀ ପୁଲିସ ଉଦ୍ଧାର କରିଛି । ପୁଲିସ ସାଇଣ୍ଟିଫିକ୍ ଟିମର ସହାୟତାରେ ପ୍ରାଥମିକ ତଦନ୍ତ କରି ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପରିବାର ଲୋକେ ପୂର୍ବରୁ ଦୁଷ୍କର୍ମ ମାମଲାକୁ ନେଇ ଝିଅକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ବାଘମାରୀ ପଞ୍ଚାୟତ ଅଟ୍ରି ଗ୍ରାମର ରମେଶ ବାରିକଙ୍କ ଝିଅ ସେବତୀ ବାରିକ (୨୧) ଗତ ଗୁରୁବାର ସନ୍ଧ୍ୟାରେ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜା ଖୋଜି କରିବା ପରେ କୌଣସି ଖୋଜ ଖବର ପାଇ ନଥିଲେ। ପୂର୍ବରୁ ସେବତୀଙ୍କୁ ଏକୁଟିଆ ପାଇ ଗାଁର ଟୁନା ମାଝୀ ପାଖ ଜଙ୍ଗଲକୁ ଟେକି ନେଇ ଅସଦାଚରଣ କରିଥିଲା ।

ଏନେଇ ବାଘମାରୀ ଥାନାରେ ଅଭିଯୋଗ ହୋଇଥିବା ବେଳେ ଟୁନା ମାଝି ଜେଲରେ ବିଚାରଧୀନ ବନ୍ଦୀଭାବେ ରହିଛି । ମୁଦଲାଙ୍କ ପରିବାର ପକ୍ଷରୁ କେହି ଅପହରଣ କରି ନେଇଥିବା ସନ୍ଦେହ କରି ପରିବାର ବାଘମାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସେବତୀଙ୍କ ମୃତଦେହ ଗାଁ ନିକଟରେ ଥିବା କହ୍ନି ପୋଖରୀରେ ଭାସୁଥିବା ଦେଖି ଲୋକେ ବାଘମାରୀ ଥାନାକୁ ଖବର ଦେଇଥିଲେ । ଖୋର୍ଦ୍ଧା ଏସ୍‌ଡିପିଓ ସୁଶିଲ ମିଶ୍ର, ସାଇଣ୍ଟିଫିକ ଟିମ ଅଧିକାରୀ ଆଶୁତୋଷ ମିଶ୍ର, ବାଘମାରୀ ଥାନା ଏସ୍‌ଆଇ ବ୍ରହ୍ମାନନ୍ଦ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ଅପମୃତ୍ୟୁ ମାମଲା ପୁଲିସ ରୁଜୁ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ପୁଲିସ କହିଛି । ପୂର୍ବ କେସ୍‌କୁ ନେଇ ଟୁନା ମାଝୀଙ୍କ ପରିବାର ପକ୍ଷରୁ ତାଙ୍କ ଝିଅକୁ ଅପହରଣ କରି ହତ୍ୟା କରାଯାଇଛି ବୋଲି ଝିଅର ବାପା ରମେଶ ବାରିକ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking