30.1 C
Bhubaneswar
Monday, May 20, 2024
Homeଓଡିଶାନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ, ଶାଶୂ ଗିରଫ

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ, ଶାଶୂ ଗିରଫ

ଜଗତସିଂହପୁର :  ଏରସମା ବ୍ଲକ ପଲିକଣ୍ଟା ପଞ୍ଚାୟତର କେନ୍ଦୁଶାଳ ଗ୍ରାମରେ ଗତକାଲି ରାତିରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏନେଇ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଏରସମା ଥାନା ପକ୍ଷରୁ ଏସ୍‌ଆଇ ଯୋଗେଶ୍ୱର ବେହେରା ସଦଳବଦଳେ ସେହି ଗ୍ରାମକୁ ଯାଇ ଶବ ଜବତ ସହିତ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ପଠାଇଛନ୍ତି । ଏହି ଘଟଣାରେ ସ୍ୱାମୀ ବିକ୍ରମ ଦାସ, ଶାଶୂ କ୍ଷେତ୍ରମୋହନ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ମୃତା ନବବଧୂର ଅଭିଯୋଗ କରିଛନ୍ତି ଯେ ଶ୍ୱଶୁର ବିଜୟ ଦାସ, ଦିଅର ନିହାର ରଞ୍ଜଦ ଦାସ, ନଣନ୍ଦ ବେବିନା ଲେଙ୍କା, ମାନସି ସାହୁ ଏବଂ ଦୁଇ ଜ୍ୱାଇଁ ମିଶି ତାଙ୍କ ଝିଅକୁ ଯୌତୁକ ପାଇଁ ନିର୍ଯାତନା ଦେବା ସହିତ ଜୀବନରୁ ମାରି ଦେଇଛନ୍ତି । କୁଜଙ୍ଗ ବ୍ଲକ କାଠକୋଟା ପଞ୍ଚାୟତର ବାଣେଶ୍ୱରା ଗ୍ରାମର ଧ୍ରୁବ ଚରଣ ମହାପାତ୍ରଙ୍କ ଝିଅ କୌଶଲ୍ୟା ଦାସ ୫ ବର୍ଷ ତଳେ ପଲିକଣ୍ଟା ପଞ୍ଚାୟତର କେନ୍ଦୁଶାଳ ଗ୍ରାମର ବିଜୟ ଦାସଙ୍କ ପୁତ୍ର ବିକ୍ରମ ଦାସଙ୍କୁ ବୈଦିକ ମତେ ବିବାହ କରିଥିଲେ । ବିବାହ ସମୟରେ ବରଘର ଦାବି ମୁତାବକ ଜାନି ଯୌତୁକ ଦିଆଯାଇଥିଲା ।

କିଛି ଦିନ ଭଲରେ କଟିଲାପରେ କୌଶଲ୍ୟାଙ୍କୁ ଅଧିକା ଯୌତୁକ ପାଇଁ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଫଳରେ ଧାରକରଜ କରି ଫର୍ଣ୍ଣିଚର ବାପଘର ପକ୍ଷରୁ ଦିଆଯାଇଥିଲା । ମାତ୍ର ଶ୍ୱଶୁର ଘର ଲୋକ ଅଧିକ ଯୌତୁକ ଦାବିରେ କୌଲଶ୍ୟାଙ୍କୁ ନିର୍ଯାତନା ଦେଇଚାଲିଥିଲେ । ଗତ ୮ ତାରିଖ ଦିନ କୌଶଲ୍ୟାଙ୍କୁ ମାରି ଦୌଡ଼ିରେ ଟାଙ୍ଗି ଦେଇ ଆତ୍ମହତ୍ୟା କରିଛି ବୋଲି ମିଛ ଖବର ତାଙ୍କ ବାପଘରକୁ ଦିଆଯାଇଥିଲା ବୋଲି ପିତା ଧ୍ରୁବ ଚରଣ ମହାପାତ୍ର ଥାନାରେ ଅଭିଯୋଗରେ ଦର୍ଶାଇଛନ୍ତି । ଥାନା ତରଫରୁ କେସ ନଂ-୨୩୭/୨୧ ମାମଲା ରୁଜୁ କରାଯାଇ ଧାରା ୪୯୮(ଏ)/୩୦୪(ବି)/୩୦୨/୩୪ ଆଇପିସି ଧାରା ଅନୁଯାୟୀ ସ୍ୱାମୀ ଓ ଶାଶୂଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଲିଜାରାଣୀ ବିଶ୍ୱାଳଙ୍କଠାରୁୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking